ପ୍ରାଇମ୍ ଭିଡିଓରେ ପ୍ରସାରିତ ଏକ ନୂତନ ଟକ୍ ଶୋ’ରେ ପ୍ରଥମ ଥର ପାଇଁ କାଜୋଲ୍ ଏବଂ ଟ୍ୱିଙ୍କଲ୍ ଖାନ୍ନାଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। 'ଟୁ ମଚ୍ ୱିଥ୍ କାଜୋଲ୍ ଆଣ୍ଡ୍ ଟ୍ୱିଙ୍କଲ୍' ନାମକ ଏହି ଶୋ’କୁ ନେଇ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ। ଟ୍ୱିଙ୍କଲ୍ ଖାନ୍ନା ଏବଂ କାଜୋଲଙ୍କ ଏହି ଶୋ’ ଉପରେ ଅକ୍ଷୟ କୁମାର ମଧ୍ୟ ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, "ପୋଷ୍ଟରରେ ତୁମ ଦୁହିଁଙ୍କୁ ଏକାଠି ଦେଖି ମୁଁ ଭୟଭୀତ ହେଉଛି, ପ୍ରକୃତ ଶୋ’ରେ ଯେଭଳି ବିଶୃଙ୍ଖଳା ସୃଷ୍ଟି ହେବ ତାହା ତାହା ମୋର କଳ୍ପନା ବାହାରେ।"
ତେବେ ମଙ୍ଗଳବାର ଦିନ ପ୍ରାଇମ୍ ଭିଡିଓ "ଟୁ ମଚ୍ ୱିଥ୍ କାଜୋଲ୍ ଆଣ୍ଡ୍ ଟ୍ୱିଙ୍କଲ୍ ଖାନ୍ନା" ନାମକ ଏକ ନୂତନ ଟକ୍ ଶୋ' ଘୋଷଣା ହୋଇଛି। ଆଗାମୀ ଶୋ'ର ପୋଷ୍ଟରରେ କାଜୋଲ୍ ଏବଂ ଟ୍ୱିଙ୍କଲ୍ ଆଶ୍ଚର୍ଯ୍ୟ ଏବଂ ଚିନ୍ତିତ ହୋଇ ପରଦା ପଛରୁ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା। ଏହାପରେ ପ୍ରଶଂସକମାନେ ଏହି ସୋ ରେ ଅଜୟ ଦେବଗନ୍ ଏବଂ ଅକ୍ଷୟ କୁମାରଙ୍କୁ ପ୍ରଥମ ଅତିଥି ଭାବରେ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ହୋଷ୍ଟଙ୍କୁ ସେମାନଙ୍କୁ ରୋଷ୍ଟ କରିବାକୁ ଅନୁରୋଧ କରିଥିଲେ।
ଏହି ଶୋ'ଟି ବଲିଉଡର ବଡ଼ ବଡ଼ କଳାକାର ଏବଂ ମନୋରଞ୍ଜନ ଶିଳ୍ପର ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ସାମିଲ କରିବାର ଆଶା କରାଯାଉଛି। "ଟୁ ମଚ୍ ୱିଥ୍ କାଜୋଲ୍ ଆଣ୍ଡ୍ ଟ୍ୱିଙ୍କଲ୍" ଏକ ମଜାଦାର ଏବଂ ସ୍ପଷ୍ଟ ଆଲୋଚନା କାର୍ଯ୍ୟକ୍ରମ ବୋଲି କୁହାଯାଉଛି ଯେଉଁଠାରେ ଦୁଇ ଅଭିନେତା ସବୁଠାରୁ ଆକର୍ଷଣୀୟ ବିଷୟ ଉପରେ ସେମାନଙ୍କର ମତାମତ ବାଣ୍ଟିବେ। ଏହି ଶୋ'ର ମୁକ୍ତି ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କିନ୍ତୁ ପୋଷ୍ଟର ରିଲିଜ ପରେ ସମସ୍ତଙ୍କ ମଧ୍ୟରେ ଏହି ସୋକୁ ଦେଖିବାକୁ ଉତ୍ସାହ ବଢିଯାଇଛି।