ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର କିଛି ଦିନ ହେବ ଚାରି ଧାମର ଦର୍ଶନ କରୁଛନ୍ତି ।କିଛି ଦିନ ପୂର୍ବରୁ ଅକ୍ଷୟ କୁମାର କେଦାରନାଥ ପହଞ୍ଚିଥିଲେ। ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ରବିବାର ବଦ୍ରିନାଥ ମନ୍ଦିର ପରିଦର୍ଶନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅକ୍ଷୟ ତାଙ୍କ କପାଳରେ ଚନ୍ଦନ ଲଗାଇ କଡ଼ା ସୁରକ୍ଷା ମଧ୍ୟରେ ପ୍ରବେଶ କରୁଥିବା ନଜର ଆସିଛନ୍ତି। ତାଙ୍କ ଚାରିପାଖରେ ଟାଇଟ ସିକ୍ୟୁରିଟି ରହିଥିବା ଦେଖିବାକୁ ମିଳିଛି। ମନ୍ଦିରରୁ ବାହାରିବା ପରେ ଅକ୍ଷୟ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ଅକ୍ଷୟ କଳା ଟି-ସର୍ଟ ସହ କଳା ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି। ତେବେ ଅକ୍ଷୟ ହଠାତ କାହିଁକି ସବୁ ମନ୍ଦିର ଯାଉଛନ୍ତି। ତାହା କିଛି ଜଣାପଡ଼ିନି। ଆଗକୁ ତାଙ୍କର କିଛି ବଡ଼ ପ୍ରୋଜେକ୍ଟ ଆସିବାର ଅଛି ଯେଉଁଥିପାଇଁ ପ୍ରଭୁଙ୍କ ଶରଣକୁ ଯାଇ ଆଶୀର୍ବାଦ ଭିକ୍ଷା କରୁଛନ୍ତି ବୋଲି ଫ୍ୟାନ ମାନେ ଚର୍ଚ୍ଚା କରୁଛନ୍ତି ।