ଗୁଜୁରାଟ ଜାମନଗରରେ ଅନୁଷ୍ଠିତ ହୋଇଥିଲା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧୀକା ମର୍ଚାଣ୍ଟଙ୍କ ପ୍ରି-ଓ୍ବଡିଙ୍ଗ ସେଲିବ୍ରେସନ । ଏହି ଉତ୍ସବରେ ଯୋଗ ଦେବାପାଇଁ ବହୁତ ସେଲିବ୍ରିଟି ଯୋଗ ଦେଇଥିଲେ । ତେବେ ସେହି ସମୟରେ ସେ ଏକ ଲେହେଙ୍ଗା ପିନ୍ଧିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଲେହାଙ୍ଗାକୁ ତିଆରି କରିବାକୁ 5700 ଘଣ୍ଟା ସମୟ ଲାଗିଥିଲା ବୋଲି ପ୍ରସିଦ୍ଧ ଡିଜାଇନର ମନୀଷ ମଲୋହୋତ୍ରା ତାଙ୍କ ସୋସିଆଲ ମିଡିଆରେ ଦର୍ଶାଇଛନ୍ତି । ସେ କହିଛନ୍ତି ଏଥିରେ ସୁନା ରୂପା ଏବଂ ହିରାର ଅତି ନିଖୁଣ ଭାବରେ କାମ ହୋଇଥିଲା ।ଏବଂ ବିଭିନ୍ନ ସ୍ଥାନରୁ ଆସିଥିବା 3 ଲକ୍ଷ କ୍ରିଷ୍ଟାଲ ଏଥିରେ ଲଗାଯାଇଛି ।
ରାଧିକା ଦୁଇଥାକିଆ ବିଶିଷ୍ଟ ହିରା ହାର, ଏକ ହୀରର ମୁଦି ,କାନର,ଚୁଡି ପିନ୍ଧି ତାଙ୍କର ସୌନ୍ଧର୍ଯ୍ୟକୁ ଦୁଇଗୁଣିତ ତକରିଛି । ସେ ଏହି ଗେଟଅପରେ କୌଣସି ହିରୋଇନଙ୍କ ଠାରୁ କମ୍ ଦେଖାଯାଉ ନଥିଲେ। ସୂଚନାଥାଉକି ଏହି ସେଲିବ୍ରେସନରେ ବଡ ବଡ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ବଡ ବଡ ଶିଳ୍ପପତିଙ୍କୁ ଦେଖିବାକୁ ମିଳିଥିଲା । ଏହା ସହିତ ଆମେରିକାର ପୂର୍ବତନ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ତାଙ୍କ ସ୍ବାମୀଙ୍କୁ ଦେଖିବାକୁ ମିଳିଥିଲା ।