ପ୍ରକାଶ ପାଇଲା ICSE ଓ ISC- ୨୦୨୩ ରେଜଲ୍ଟ
Khabar Odisha:icse-result-2023-out
ଖବର ଓଡିଶା : 14/05/2023:

 ପ୍ରକାଶ ପାଇଲା ICSE ଓ ISC- ୨୦୨୩ ପରୀକ୍ଷା ଫଳ । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ହାର ICSE ଦଶମରେ ୯୮.୯୪% ହୋଇଥିବା ବେଳେ ISC ଦ୍ୱାଦଶରେ ୯୬.୯୩% ହୋଇଛି। cisce.org ଓ results.cisce.orgରେ ରେଜଲ୍ଟ ଉପଲବ୍ଧ ହେଉଛି। ଡିଜିଲକର ଓ SMS ଜରିଆରେ ମଧ୍ୟ ରେଜଲ୍ଟ ଜାଣି ହେବ । 

ଆଜି ପ୍ରକାଶ ପାଇଥିବା ICSE ଦଶମ ରେଜଲ୍‌ଟରେ ଓଡ଼ିଶା ଟପ୍ପର ହୋଇଛନ୍ତି ପ୍ରିୟଙ୍କା ପରାସର ଓ ବିଷ୍ଣୁ ପ୍ରସାଦ ଶତପଥୀ । ଉଭୟେ ୯୯.୪୦% ମାର୍କ ରଖି ମିଳିତ ଭାବେ ଟପ୍ପର ହୋଇଛନ୍ତି। ସେହିପରି ସଞ୍ଜନା ପଲେଇ, ପ୍ରତିକା ମିଶ୍ର, ପ୍ରେମା ମଞ୍ଜରୀ, ଆୟଷ ନନ୍ଦ ୯୯.୨୦% ମାର୍କ ରଖିଥିବା ବେଳେ ଅନୁଷ୍କା ମିତ୍ତଲ, ଓଜଲ ଆକାଶ, ଓକାର ମହାପାତ୍ର ଓ ଅମରେନ୍ଦ୍ର ସ୍ୱାଇଁ ୯୯.୦ ପ୍ରତିଶତ ମାର୍କ ରଖି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।ସେହିପରି ISC ଦ୍ୱାଦଶ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ଦିଶା ଗୋଏଲ। ସେ ୯୮.୨୬ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ବେଳେ ସ୍ତୁତିଲେଖା ପଟ୍ଟନାୟକ ୯୮.୦୦%, ସୁଦୀପ ଅଧିକାରୀ ଓ ଶ୍ରୀୟା ଦତ୍ତ ୯୭.୫ ପ୍ରତିଶତ ମାର୍କ ରଖିଛନ୍ତି।

Subscribe

National International State Sports Entertainment