ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରଥମ ବର୍ଷରେ ନାମଲେଖା ଆବେଦନ ପ୍ରକ୍ରିୟା । ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ହେବ ନାମଲେଖା । ପୂର୍ବାହ୍ନ ୧୧ଟାରୁ ଖୋଲିଚି ସାମ୍ସ ପୋର୍ଟାଲ l ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ ୨୦ ଯାଏ ଆବେଦନ କରିପାରିବେ ।
ଆଜିଠାରୁ ଅନଲାଇନରେ ଯୁକ୍ତ ୨ ନାମଲେଖା ଆବେଦନ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁନ ୨୦ ଯାଏ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ l ଜୁନ୍ ୨୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁନ୍ ୨୯ରୁ ଜୁଲାଇ ୫ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ଜୁଲାଇ ୧୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୪ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ । ସ୍ପଟ୍ ନାମଲେଖା ପାଇଁ ଜୁଲାଇ ୧୯ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିପାରିବେ । ଜୁଲାଇ ୨୬ରେ ସ୍ପଟ୍ ସିଲେକ୍ସନ ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨୬ ଓ ୨୭ରେ ଅନୁଷ୍ଠିତ ହେବ । ୨୯ ଜୁଲାଇରୁ ଆରମ୍ଭ ହେବ ପ୍ରଥମ ବର୍ଷର ପାଠ ପଢା । ଏଥର କେବଳ ଅନ୍ଲାଇନ୍ ମାଧ୍ୟମରେ ନାମଲେଖା ଅନୁଷ୍ଠିତ ହେବ । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୨୦୦ ଟଙ୍କା ଏବଂ ଅନ୍ୟବର୍ଗଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି ।