ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ମୂଲ୍ୟାୟନ କାର୍ଯ୍ୟରେ ଅବହେଳା କଲେ ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
Khabar Odisha:Education-Odisha-Plus-Two-exam-will-start-from-March-3
ଭୁବନେଶ୍ୱର, ଫେବୃଆରୀ ୨୬ (ଖବର ଓଡ଼ିଶା):

ଚଳିତ ବର୍ଷ ଆସନ୍ତା ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ।  ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେବ +୨ ଖାତା ମୂଲ୍ୟାୟନ । ପରୀକ୍ଷା ଖାତା ଦେଖା କାର୍ଯ୍ୟରେ ଯୋଗ ନଦେଲେ ଅଧ୍ୟାପକଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । 

ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ମେ ମାସ ଶେଷ ସପ୍ତାହ ସୁଦ୍ଧା +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଫଳ ଜୁନ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। ଶୃଙ୍ଖଳାର  ସହ ପରୀକ୍ଷାକୁ କପି ମୁକ୍ତ କରିବା ଲାଗି ସବୁ ସେଣ୍ଟରରେ ସିସିଟିଭିକୁ ବାଧ୍ୟତାମୂଳକ ଭାବେ ଲଗାଯାଇଛି । ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟରେ ଯୋଗ ନଦେଲେ ଅଧ୍ୟାପକଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାରେ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment