ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉଦଘାଟନ କରିବେ ଦେଶର ପ୍ରଥମ ଫିଲ୍ମ ସଂଗ୍ରହାଳୟ ‘ ନ୍ୟାସନାଲ ମ୍ୟୁଜିୟମ ଅଫ୍ ଇଣ୍ଡିଆନ ସିନେମା’
Khabar Odisha:development-national-odisha-pm-narendra-modi-to-inaugurate-film-museum-in-mumbai-today
ନୂଆଦିଲ୍ଲୀ, ଜାନୁଆରୀ ୧୯(ଖବର ଓଡିଶା):

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମୁମ୍ବାଇ ପେଡର ରୋଡରେ ଦେଶର ପ୍ରଥମ ଫିଲ୍ମ ସଂଗ୍ରହାଳୟ ‘ ନ୍ୟାସନାଲ ମ୍ୟୁଜିୟମ ଅଫ୍ ଇଣ୍ଡିଆନ ସିନେମା’ର ଉଦଘାଟନ କରିବେ । ଏହି ସଂଗ୍ରହାଳୟରେ ପାଖାପାଖି  ୧୪୧ କୋଟି ଟଙ୍କା ବ୍ୟୟ ହୋଇଛି ।  ଏହି ମ୍ୟୁଜିୟମରେ ଭାରତୀୟ ସିନେମାର ଶତାଦ୍ଦୀ ପୁରୁଣା  ଇତିହାସ ବିଷୟରେ କୁହାଯାଇଛି । ଗତ ତିନି ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ତୃତୀୟଥର ମୁମ୍ବାଇ ଗସ୍ତ ଅଟେ ।

ଭାରତୀୟ ସିନେମାର ଇତିହାସ ବିଷୟରେ ଅବଗତ ହେବା ପାଇଁ ଏହି ସଂଗ୍ରହାଳୟରେ ଦୃଶ୍ୟ(ଭିଜୁଆଲ୍ସ), ଶିଳ୍ପ, ଗ୍ରାଫିକ୍ସ ଓ ମଲ୍ଟିମିଡିଆର ସହାୟତରେ  ଭାରୀୟ ସିନେମାର କାହାଣୀର ପ୍ରସ୍ତୁତିକରଣ କରାଯାଇଛି । ଏହି ସଂଗ୍ରହାଳୟ ୧୯ ଶତାଦ୍ଦୀର ଐତିହାସିକ ଗୁଲସନ ମହଲ ଓ ନୂଆ ସଂଗ୍ରହାଳୟ ଭବନରେ ନିର୍ମାଣ ହୋଇଛି । ନୋମିନାଲ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ ଓ ସେଂସର ବୋର୍ଡର ଅଧକ୍ଷ ପ୍ରସୁନ ଜୋସିଙ୍କ ମାର୍ଗଦର୍ଶନରେ ଏହି ସଂଗ୍ରହାଳୟ ନିର୍ମାଣ ହୋଇଛି । ଏହା ଭାରତୀୟ ସିନେମା ଜଗତର ୧୦୦ ବର୍ଷ ଠାରୁ ଅଧିକ ଯାତ୍ରାକୁ ବର୍ଣ୍ଣନା କରିବ ।

ଭାରତୀୟ ସିନେମାକୁ ୯ ଭାଗରେ ବିଭକ୍ତ କରି ଭାରତୀୟ ଇତିହାସର ଉତ୍ପତି, ଭାରତରେ ସିନେମାର ଆଗମନ, ଭାରତୀୟ ମୂକ ଫିଲ୍ମ, ଧ୍ୱନୀର ଆରମ୍ଭ, ଷ୍ଟୁଡିଓ ଏରା, ଦ୍ୱିତୀୟ ବିଶ୍ୱ ଯୁଦ୍ଧର ପ୍ରଭାବ ତଥା କ୍ଷେତ୍ରୀୟ ସିନେମାକୁ ଦେଖା ଯାଇଛି । ପାଂଚ ମହଲା ବିଶିଷ୍ଟ ନୂତନ ସଂଗ୍ରହାଳୟ ଭବନରେ ୪ଟି ପ୍ରଦର୍ଶନୀ ହଲ ରହିଛି । ଏଥିରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଜୀବନୀ ଉପରେ ଆଧାରିତ ଫିଲ୍ମ ଓ ସିନେମାରେ ତାଙ୍କ ଜୀବନୀ ଉପରେ ଗଭୀର ପ୍ରଭାବକୁ ଦର୍ଶାଯାଇଛି ।

ଏଠାରେ ଶିଶୁଙ୍କ ପାଇଁ ଏକ ଫିଲ୍ମ ଷ୍ଟୁଡିଓ ମଧ୍ୟ ରହିଛି ଯେଉଁଥିରେ ପରିଦର୍ଶକ ବିଶେଷ କରି ଶିଶୁଙ୍କୁ ଫିଲ୍ମ ନିର୍ମାଣର ବିଜ୍ଞାନ, ପ୍ରଯୁକ୍ତବିଦ୍ୟା ଓ କଳା ବିଷୟରେ କୁହାଯିବ । ହଲରେ କ୍ୟାମେରା, ସୁଟିଙ୍ଗ ଓ ଅଭିନୟ ବିଷୟରେ ସମସ୍ତ ସୂଚନା ଦିଆଯିବ ।  ଏଠାକୁ ଆସୁଥିବା ପରିଦର୍ଶକଙ୍କୁ ଭାରତୀୟ ସିନେମାରେ ଫିଲ୍ମ ନିର୍ମାତାଙ୍କ ଦ୍ୱାରା ପ୍ରଯୁକ୍ତିବିଦ୍ୟାକୁ କିପରି ବ୍ୟବହାର କରାଯିବ ସେ ବିଷୟରେ କୁହାଯିବ । ଭାରତୀୟ ସିନେମାରେ ଦେଶରେ ଥିବା ସମସ୍ତ ସିନେମା ସଂସ୍କୃତିକୁ ଦର୍ଶାଯାଇଛି ।

Subscribe

National International State Sports Entertainment