ଫସିପାରନ୍ତି ଆପଣ-ହ୍ୱାଟ୍ସଆପରେ ଫେକ୍ ଇନଫରମେସନ ଉପରେ ଲାଗିବ ରୋକ, ଜାଣନ୍ତୁ କେମିତି
Khabar Odisha:Social-media-whatsapp-launched-checkpoint-tipline-feature-now-users-chek-fake-news-during-india-polls
ନୂଆଦିଲ୍ଲୀ, ଏପ୍ରିଲ ୦୨(ଖବର ଓଡିଶା):

ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ ଏକ ବଡ ପଦକ୍ଷେପ ଗ୍ରହଣକରିଛି । ଫେକ୍‌ ନ୍ୟୁଜ୍, ଫର୍ଜି ଫଟୋ ଏବଂ ମିଛ ଇନଫରମେସନ ଥିବା ମେସେଜଗୁଡିକ ଉପରେ ରୋକ ଲଗାଇବା ପାଇଁ ହ୍ୱାଟ୍ସଆପ ମଙ୍ଗଳବାର ଦିନ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚରର ନାମ ହେଉଛି ଚେକ୍‌ପଏଣ୍ଟ ଟିପଲାଇନ । ଏହି ଫିଚର ସାହାଯ୍ୟରେ ମେସେଜ ଠିକ୍ କି ଭୁଲ , ଜାଣିପାରିବେ ୟୁଜର । 

ଅନ୍ୟପଟେ ହ୍ୱାଟ୍ସଆପର ମାଲିକାନା ଫେସବୁକ ସୂଚନା ଦେଇଛି କି, ଭାରତରେ ଚେକପଏଣ୍ଟ ଫିଚରକୁ ଏକ ମିଡିଆ ସ୍କିଲ ଷ୍ଟାର୍ଟଅପ ପେଟ୍ରୋ ଦ୍ୱାରା ପୁଷ୍ଟି କରାଯାଇଛି, ଯାହା ଭୁଲ ଇନଫରମେସନ ଏବଂ ମିଛ ଖବରର ଡାଟାବେଶ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ଏଠାରେ ଜଣାଇଦେଉଛୁ କି, ଚେକପଏଣ୍ଟ ଏକ ରିସର୍ଚ ପ୍ରୋଜେକ୍ଟ । ଯାହାକୁ ହ୍ୱାଟ୍ସଆପ ସାହାଯ୍ୟରେ ଟେକ୍ନିକାଲ ସହଯୋଗ ଦେଇ ଚାଲୁ କରାଯାଇଛି । ହ୍ୱାଟ୍ସଆପ ଏହି ଫିଚର ଉପରେ ସୂଚନା ଦେବା ସହିତ ଏହାର ଡିଟେଲ୍ସ ସେୟାର କରିଛନ୍ତି । 

ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ହ୍ୱାଟ୍ସଆପରେ ଆସିଥିବା ମେସେଜ ଫେକ୍ ଅଟେ, ଏଥିପାଇଁ ଆପଣ ହ୍ୱାଟ୍ସଆପର +୯୧୯୬୪୩୦୦୦୮୮୮ ନମ୍ୱରରେ ଚେକପଏଣ୍ଟ ଟିପଲାଇନକୁ ପଠାଇ ପାରିବେ । ଏହା ପରେ ୟୁଜର ପକ୍ଷରୁ ମେସେଜ ରିସିଭ ହେବା ପରେ ପ୍ରୋଟୋର ଭେରିଫିକେସନ ସେଣ୍ଟର ଏହାର ଜାଞ୍ଚ କରିବ ଏବଂ ୟୁଜର୍ସକୁ କହିବ କି ମେସେଜରେ ଦିଆଯାଇଥିବା ଇନଫରମେସନ ଠିକ୍ ନା ଭୁଲ । 

ଅନ୍ୟପଟେ ଆପଣ ଯଦି ଫୋଟୋ, ଭିଡିଓ କିମ୍ୱା କୌଣସି ଲିଙ୍କ ସେୟାର କରନ୍ତି, ତେବେ ଚେକପଏଣ୍ଟ ଟିପଲାଇନ ଏଗୁଡିକର ଜାଞ୍ଚ ମଧ୍ୟ କରିପାରେ । ଏଠାରେ ଜଣାଇ ଦେଉଛୁ କି ଆପଣଙ୍କୁ ଇଂରାଜି, ହିନ୍ଦୀ, ତେଲୁଗୁ, ବଙ୍ଗଳା ଓ ମାଲାୟାଲମ ଭାଷାରେ ଏହି ବିଷୟରେ ସୂଚନା ମିଳିବ । 

Subscribe

National International State Sports Entertainment