ସର୍ବଭାରତୀୟ ସ୍ଥରରେ ଶ୍ରେଷ୍ଟ ଏନସିସି କମାଣ୍ଡର ଭାବରେ କୃତିତ୍ୱ ହାସଲ କଲେ ଓଡ଼ିଆ ପୁଅ ଆକାଶ, ଛୁଟୁଛି ଶୁଭେଚ୍ଛାର ସୁଅ
Khabar Odisha:Odiya-Boy-Akash-Brought-Glory-for-Odisha

ନୟାଗଡ, ଫେବୃଆରୀ ୪ (ଖବର ଓଡ଼ିଶା): ସର୍ବଭାରତୀୟ ସ୍ଥରରେ ଏନସିସି କମାଣ୍ଡର ଭାବରେ କୃତିତ୍ୱ ହାସିଲ କଲେ ଓଡ଼ିଆ ପୁଅ । ନୟାଗଡ ଜିଲ୍ଲାର ଇଟାମାଟି ଗାଁର ଆକାଶ ନାୟକ ଏହି କୃତିତ୍ୱ ହାସଲ କରି ପୁରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଆକାଶ ଏବେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ତୃତୀୟ ବର୍ଷର ଛାତ୍ର ଥିବା ବେଳେ ପିଲା ବେଳୁ ହିଁ ତାଙ୍କର ଏନସିସି ପ୍ରତି ଆଗ୍ରହ ରହିଥିଲା ଯାହା ଆଜି ତାଙ୍କୁ ପୁରା ଦେଶରେ ପରିଚିତ କରାଇ ପାରିଛି ।

ଚଳିତ ବର୍ଷ ଆରଡିସି କ୍ୟାମ୍ପରେ ଯୋଗ ଦେଇ ଏହି କୃତିତ୍ୱ ହାସଲ କରିଛନ୍ତି ଆକାଶ । ଯାହାକୁ ନେଇ ଏବେ ଆକାଶ ଙ୍କ ପାଖକୁ ପୁରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇଛି । ପୂର୍ବରୁ ବାରମ୍ବାର ଆରଡିସି କ୍ୟାମ୍ପରେ ଯୋଗ ଦେବା ପାଇଁ ଆକାଶ ଚେଷ୍ଟା କରିଥିଲେ ହେଁ ଚଳିତ ବର୍ଷ ତାଙ୍କୁ ଏହି ସର୍ବଭାରତୀୟ କ୍ୟାମ୍ପରେ ଯୋଗ ଦେବା ପାଇଁ ସୁଯୋଗ ମିଳିଥିଲା । 

ଚଳିତ ବର୍ଷ ଦିଲ୍ଲୀରେ ଆୟୋଜିତ ଏହି ୪୫ ଦିନିଆ ଆରଡିସି କ୍ୟାମ୍ପରେ ରକ୍ଷାମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏନସିସି ମହାନିର୍ଦ୍ଦେଶକଙ୍କ ଠାରୁ ଶ୍ରେଷ୍ଟ ଏନସିସି କମାଣ୍ଡର ର ପୁରଷ୍କାର ଗ୍ରହଣ କରିଛନ୍ତି ଆକାଶ ନାୟକ ।

  • Tags:

Subscribe

National International State Sports Entertainment