ପାଟଣାଗଡ଼: ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁରେ ଲୋକଙ୍କୁ ଠକୁଥିବା ଦୁଇ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବିଳାଇସାଥି ଗାଁର ବୁଦ୍ଧଦେବ ସାହୁ ଏବଂ ସାଲେପାଲି ଗାଁର ସୁଶୀଲ ରାଓ । ପାଟଣାଗଡ଼ ପୁଲିସ ଦୁଇ ଜଣଙ୍କୁ ପଚରାଉଚରା କରୁଛି ।
ମିଳିଥିବା ସୂଚନା ମୁତାବକ, ବୁଦ୍ଧଦେବ ସାହୁ ଓ ସୁଶୀଲ ରାଓ କିଛି ଲୋକଙ୍କୁ ଚାକିରି କରେଇ ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ଠକିଛନ୍ତି । କେବଳ ସେତିକି ନୁହେଁ କନକ ବର୍ଦ୍ଧନ ସିଂହଙ୍କ ପାଖ ଲୋକ କହି ଲୋକଙ୍କୁ ଚୂନ ମାରିଛନ୍ତି । ଏମିତି ଥରେ କି ଦୁଇ ଥରେ ପୂର୍ବରୁ ମଧ୍ୟ ବିଭିନ୍ନ ନେତା ମନ୍ତ୍ରୀଙ୍କ ନାଁ ନେଇ ଲୋକଙ୍କୁ ଠକିଛନ୍ତି ।
ଏ ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛି । କେତେ ଲୋକଙ୍କଠାରୁ କେତେ ଟଙ୍କା ହଡ଼ପ କରିଛନ୍ତି ସେ ନେଇ ଖୋଳତାଡ଼ କରୁଛି ପୁଲିସ ।