ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ମହାଲିକପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିକୁ କେନ୍ଦ୍ର କରି ଦୁଇ ଭଉଣୀ ଏକା ସହିତ ବିଷ ପିଇଦେଇଛନ୍ତି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତ ମହିଳା ଜଣକ ହେଲେ ମଣ୍ଟୁ ସାହୁଙ୍କ ପତ୍ନୀ ନଳିନୀ ସାହୁ । ସାନ ଭଉଣୀ ସାଲିନୀ ମହାଳିକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବଡ଼ ଉଭଣୀ ନଳିନୀଙ୍କ ଘରକୁ ସାନ ଉଭଣୀ ସାଲିନୀ କିଛି ଦିନ ହେବ ବୁଲିବାକୁ ଆସିଥିଲେ । ଗତକାଲି ନଳିନୀ ଓ ତାଙ୍କ ସାନ ଭଉଣୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଫଳରେ ରାଗରେ ପ୍ରଥମେ ସାଲିନୀ ବିଷ ପିଇ ଦେଇଥିଲେ । ଏହା ପରେ ବଡ଼ ଭଉଣୀ ନଳିନୀ ମଧ୍ୟ ବିଷ ପିଇ ଦେଇଥିଲେ । ପାଖ ପଡ଼ୋଶୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ୨ ଜଣଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବଡ଼ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀର ଅବସ୍ଥା ଗୁରୁତର ରହିଛି ।
ତେବେ ଝଗଡ଼ା ସମୟରେ ମଣ୍ଟୁ ସାହୁ ଘରେ ନ ଥିଲେ । ସେ ପଡ଼ୋଶୀଙ୍କଠାରୁ ଖବର ପାଇ ପହଁଚିଥିଲେ । ଉଭୟଙ୍କର ଗୋଟିଏ ଶିଶୁ ପୁତ୍ର ମଧ୍ୟ ରହିଛି । ତେବେ ପୁଲିସ ଖବର ପାଇ ମୃତ୍ୟୁ ତଦନ୍ତ ଆରମ୍ଭ କରିଛି ।