ଏସଟିଏଫର ଚଢ଼ାଉ, ୫ଟି ଦେଶୀ ପିସ୍ତଲ ସହ ଅଫୁଟା ଗୁଳି ଜବତ
Khabar Odisha:stf-raid-seized-5-pistol
ଢେଙ୍କାନାଳ, ଅଗଷ୍ଟ ୧୬(ଖବର ଓଡିଶା):

ଢେଙ୍କାନାଳ ସଦର ଥାନା ଅଞ୍ଚଳ ଏବେ ପାଲଟିଛି ଚୋରା ବନ୍ଧୁକ କାରବାରର ହବ୍‌ । ଗତ କିଛିଦିନ ପୂର୍ବେ ଭାପୁର ଅଞ୍ଚଳରୁ ଏସଟିଏଫ ଚଢ଼ାଉ କରି ୭ଟି ଚୋରା ବନ୍ଧୁକ ଜବତ କରିଥିବା ବେଳେ ମଙ୍ଗଲବାର ପୁଣି ଚଢ଼ାଉ କରିଛି । 

କୌଣସି ସୂତ୍ରରୁ ଖବର ପାଇ ଏସଟିଏଫର ଏକ ଟିମ ମଙ୍ଗଳବାର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆ ଓ ଡେଙ୍ଗଚୋରେଇ ଗ୍ରାମରେ ଚଢ଼ାଉ କରିଥିଲା । ତେବେ ଏହି ଚଢ଼ଉ ବେଳେ ୫ଟି ଚୋରା ଦେଶୀ ପିସ୍ତଲ ଓ ଅଫୁଟା ଗୁଳି ଜବତ କରାଯାଇଛି। 

  • Tags:

Subscribe

National International State Sports Entertainment