କଳହ ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ, ବଡ଼ ଭାଇଙ୍କର ଟାଙ୍ଗିଆ ଚୋଟରେ ସାନଭାଇ ମୃତ
Khabar Odisha:small-brother-killed-by-big-brother-at-anugul
ଅନୁଗୁଳ, ଏପ୍ରିଲ ୧୦ (ଖବର ଓଡ଼ିଶା):

ପାରିବାରିକ କଳହର ପରୁଣ ପରିଣତି । ସାମାନ୍ୟ କଳହ ଓ ବଚସା କାରଣୁ ସାନ ଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ ।
ଅନୁଗୁଳ ଜିଲ୍ଲାରେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗାଁରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତିରେ ପାରିବାରିକ କନ୍ଦଳରୁ ବଡ଼ ଭାଇଙ୍କର ଟାଙ୍ଗିଆ ଚୋଟରେ ସାନଭାଇଙ୍କର ମୃତ୍ୟୁ ଘଟିଛି । ରାତିରେ କୌଣସି କଥାକୁ ନେଇ ବଡ଼ ଭାଇ ବଂଶୀଧର ନାୟକ(୪୫) ଓ ସାନଭାଇ ଦିଲୀପ ନାୟକ(୩୪)ଙ୍କ ଭିତରେ ଘର ଅଗଣାରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ  ବଂଶୀଧର ଘରୁ ଏକ ଟାଙ୍ଗିଆ ଆଣି ଦିଲୀପଙ୍କୁ ଚୋଟ ପକାଇଥିଲେ। ଏହାପରେ ସାନଭାଇ ଦିଲୀପଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ଼ ଭାଇ ବଂଶୀଧରଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ । ଏହି ଘଟଣା ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

  • Tags:

Subscribe

National International State Sports Entertainment