ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । ହାଇପ୍ରୋଫାଇଲ୍ ଲୁଟେରାକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ବିଶାଖାପାଟଣାରୁ ଲୁଟେରାକୁ ଗିରଫ କରାଯାଇଛି । ତାର ନାଁ ସ୍ପାଇଡର୍ ବୋଲି ଜଣାପଡ଼ିଛି । ସ୍ପାଇଡର ପାଖରୁ ସୁନା ଗହଣା, ହୀରା , ଓ ଟଙ୍କା ଜବତ କରିଛି ପୋଲିସ ।
ଅନ୍ୟପକ୍ଷେ ୨୦୨୩ ମସିହାରେ ନୟାପଲ୍ଲୀ ଅଂଚଳରେ ଜଣେ ବ୍ୟବସାୟୀଙ୍କ ଘରେ ପ୍ରାୟେ ୨ କୋଟି ଟଙ୍କାର ସୁନା ଗହଣା ଲୁଟ ଘଟଣାରେ ମଧ୍ୟ ସ୍ପାଇଡର ସାମିଲ ଥିଲା ବୋଲି ସୂଚନା ରହିଛି । ତେବେ ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି ।
ଗତ ଜାନୁୟାରୀ ୨୫ ତାରିଖ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ଘର ଲୁଟ୍ ହୋଇଥିଲା । ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ସହିତ ନଗଦ ଟଙ୍କା ଲୁଟେରା ଲୁଟ୍ କରିଥିଲା ।