ଅନୁଗୋଳ: ବୃଦ୍ଧ ବୟସରେ ରାସଲୀଳା । ଯେଉଁ ବୟସରେ କୃଷ୍ଣ ନାମ ଜପ କରିବା କଥା ସେ ବୟସରେ କରୁଛନ୍ତି ରାସଲୀଳା । ଘରକୁ ଯୁବତୀଙ୍କୁ ଡାକି ଚଳାଇଥିଲେ ଅନୈତିକ ବ୍ୟବସାୟ । ଅନୁଗୋଳ ପୋଲିସ ଅଚାନକ ଚଢ଼ାଉ କରି ବୃଦ୍ଧଙ୍କୁ ଗିରଫ କରିବା ସହିତ ଦୁଇ ଜଣ ରାଣୀ ମହୁମାଛିଙ୍କୁ ଉଦ୍ଧାର କରିଛି ।
ପ୍ରାଥମିକ ଖବର ସୂଚନା ମୁତାବକ, ଅନୁଗୋଳ ସହରର ସୌଭାଗ୍ୟନଗରରେ ଏକ ଘର ଭିତରେ ସେକ୍ସ ରାକେଟ୍ ଚାଲିଥିବାର ପୋଲିସ ଗୁଇନ୍ଦା ସୂଚନା ପାଇଥିଲା । ଏହା ପରେ ପୋଲିସ ଏକ ଟିମ୍ ବୃଦ୍ଧଙ୍କ ଘରେ ଚଢାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ଘର ଭିତର ଦେଖି ତାଜୁବ ହୋଇଯାଇଥିଲା । ଘର ଭିତରକୁ ବହୁତ ଆପତ୍ତି ଜନକ ସାମଗ୍ରୀ ଜବତ କରିବା ସହିତ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି ।
ଏହା ସହିତ ପୋଲିସ ଜାଣିବାକୁ ପାଇଛି ବୃଦ୍ଧ ଜଣକ ଦୀର୍ଘ ବର୍ଷ ହେଲାଣି ଘର ଭିତରେ ସେକ୍ସ ରାକେଟ୍ ଚଳାଇ ଥିଲେ । ବୃଦ୍ଧ ସ୍ତ୍ରୀ ଏବଂ ପୁରା ପରିବାର ବାହାରେ ରହୁଥିବାବେଳେ ସେ ଏକୁଟିଆ ରହୁଥିଲେ । ତେଣୁ ଏହାର ସୁଯୋଗ ନେଇ ଘରେ ଦେହ ବ୍ୟବସାୟ କରୁଥିଲେ । ଯୁବତୀମାନଙ୍କୁ ଘରକୁ ଡାକିବା ସହିତ ଗ୍ରାହକଙ୍କ ଡାକି ମୋଟା ଅଙ୍କ ରୋଜଗାର କରୁଥିଲେ । ପୋଲିସ ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ତେବେ ଅନୁଗୋଳ ଟାଉନରେ ଏହା ଦ୍ୱିତୀୟ ଘଟଣା ଘଟିଛି । ଗତ ମାସ ୯ ତାରିଖରେ ଟାଉନ୍ ଥାନା ପୋଲିସ ସହର ଉପକଣ୍ଠ ତୁରଙ୍ଗଠାରେ ଏକ ହୋଟେଲରେ ଚଢ଼ାଉ କରିଥିଲା । ସେଠାରେ ମଧ୍ୟ ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଥିଲା । ପୋଲିସ ହୋଟେଲ ମାଲିକ, ମ୍ୟାନେଜର ଏବଂ ୨ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା । ୪ ଜଣ ଦେହଜୀବୀ ଉଦ୍ଧାର ହୋଇଥିଲେ ।