ବୀଜାପୁର: ବାରମ୍ବାର ମାଓବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ପରେ ଏବେ ରକ୍ତ ମୁଖ୍ୟ ହୋଇପଡ଼ିଛି ଲାଲ୍ ସଂଗଠନ । ପୋଲିସ ଇନଫର୍ମରର ସନ୍ଦେହରେ ଜଣଙ୍କୁ ବର୍ବରଭାବେ ହତ୍ୟା କରାଯାଇଛି । ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି ଛତିଶଗଡ଼ ବିଜାପୁରର ଭୈରବମଡ଼ ଥାନା କେଶମୁଣ୍ଡା ଗାଁରେ । ମୃତକ ଜଣକ ହେଲେ ବଦ୍ରୁ ସୋଢ଼ୀ ।
ଗତକାଲି ସନ୍ଧ୍ୟାରେ କେଶମୁଣ୍ଡା ଗାଁରେ ଘର ଭିତରେ ପଶି ଜଣେ ବ୍ୟକ୍ତିଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ। ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ବଦ୍ରୁ ସୋଢ଼ୀ । ତାଙ୍କ ବୟସ ୪୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏ ନେଇ ଗ୍ରାମବାସୀ ଭୈରବଗଡ଼ ଥାନା ପୋଲିସକୁ ସୋମବାର ସକାଳେ ଖବର ଦେଇଥିଲେ । ପୋଲିସ ଟିମ୍ ଗାଁରେ ପହଁଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ଥିବାବେଳେ ଛାନଭିନ ଆରମ୍ଭ କରିଛି । ପୋଲିସ ଘଟଣା ସ୍ଥଳରୁ ଏକ ଚିଠି ମଧ୍ୟ ଜବତ କରିଛି । ବଦ୍ରୁ ମାଓବାଦୀଙ୍କ ବିଷୟରେ ପୋଲିସକୁ ସୂଚନା ଦେଉଥିବା ସନ୍ଦେହରେ ତାଙ୍କୁ ହତ୍ୟା କରିଛନ୍ତି ଲାଲବାହିନୀ । ୨୦୧୧ ରେ ବଦ୍ରୁ ମାଓ ବିରୋଧୀ ସଲୱା ଜୁଡୁମ ଅଭିଯାନରେ ଜଡ଼ିତ ଥିଲା ବୋଲି ଦାବି କରାଯାଇଛି । ତେବେ ପୋଲିସ ନିକଟସ୍ଥ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ।
ନିକଟରେ ମାଓବାଦୀଙ୍କ ବିରୋଧରେ ବଡ଼ ଅଭିଯାନ କରାଯାଇଥିଲା । ବୀଜାପୁରେ ଓଡ଼ିଶା ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନରେ 16 ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ଏଥିରେ ଥିଲା କେନ୍ଦ୍ରୀୟ କମିଟି ସଦସ୍ୟ ଜୟରାମ ଓରଫ୍ ଚଲପତି ।