ରାଜ୍ୟ ରେ କମୁନି ଦୁଷ୍କର୍ମ ହତ୍ୟା ମାମଲା । କୋମଳ ମୋତି ଝିଅଙ୍କୁ ଦୁଷ୍କର୍ମ ପରେ କରାଯାଉଛି ହତ୍ୟା । ଅପରାଧୀ ଅପରାଧ ଘଟାଇ ସମ୍ପୂଣ୍ଣ ନିର୍ଭିକ । ଅପରାଧୀଙ୍କ ବିରୁଦ୍ଧରେ ଅଭିଯୋଗ କଲେବି ସେଥି ପ୍ରତି କର୍ଣ୍ଣପାତ କରୁ ନାହିଁ ପୋଲିସ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଅଞ୍ଚଳରେ ।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ତୁଷ୍ଟାପାଲି ଗ୍ରାମର ବାସିନ୍ଧା ମହାଦେବ ଛତ୍ରିଆଙ୍କ ସାନ ଝିଅ (ନାବାଳିକା) ନଳିନୀ ଛତ୍ରିଆ ଗତ ୨ ତାରିଖ ଅପରାହ୍ଣ ୪ଟା ସମୟ ରେ ନିକଟସ୍ଥ ନଦୀକୁ ଶୌଚ ପାଇଁ ଯାଇଥିଲା ହେଲେ ନଦୀ ରୁ ଆଉ ଘରକୁ ଫେରି ନଥିଲା । ଘରକୁ ଫେରି ନଥିବାରୁ ପରିବାର ବର୍ଗ ବିଚଳିତ ହୋଇ ନଳିନୀ କୁ ଖୋଜିବାରେ ଲଗିଥିଲେ । ନଦୀ ନିକଟ ବର୍ତି ଜଙ୍ଗଲ ଅଞ୍ଚଳରେ ଖୋଜିବା ବେଳେ ସେଠାରୁ ନଳିନୀକୁ ଗୁରୁତ୍ୱର ଅବସ୍ଥାର ପାଇଥିଲେ ପରିବାର ଲୋକ । ସେଠାରୁ ପ୍ରଥମେ ନଳିନୀକୁ ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ନଳିନୀଙ୍କ ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନଦୀ ନିକଟରୁ ନଳିନୀଙ୍କୁ ଉଦ୍ଧାର କରିବା ସମୟରେ ତାଙ୍କ ଦେହରେ କପଡା ନଥିଲା ଏବଂ ତାଙ୍କ ପାଟିରୁ ଫେଣ ବାହାରୁଥିଲା । ଘଟଣା ସ୍ଥଳରୁ ଏକ ନିର୍ଦ୍ଧିଷ୍ଟ ଦିଗକୁ ନଳିନୀ ଆଙ୍ଗୁଳିରେ ଇସାରା କରିଥିଲେ ଯେଉଁ ଆଡ଼େ ଦୁଇଜଣ ଯୁବକ ଦୌଡ଼ି ପଳାଉଥିବା ପ୍ରତକ୍ଷ ଦର୍ଶୀ ଦେଖିଥିବା ସୂଚନା ମିଳିଛି । ତବେ ନଳିନୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ସଇଁତଳା ଥାନାରେ ତୁଷ୍ଟାପାଲି ଗ୍ରାମର ତପନ ବୁଡେକ, ବଥର୍ଲା ଗ୍ରାମର ଟିକୁ ଥପା ଓ ଛନଛଡା ଗ୍ରାମର ଯୁବରାଜ ମହାଙ୍କୁର ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ ।ଥାନାରୁ ଅଭିଯୋଗ ଉଠାଇ ନ ନେଲେ ମହାଦେବଙ୍କ ପରିବାରକୁ ହତ୍ୟାର ଧମକ ମଧ୍ୟ ଏକ ଅଜଣା ଫୋନ କଲ ମାଧ୍ୟମ ରୁ ଆସୁଛି । ତେବେ ଘଟଣାକୁ ୨୨ଦିନ ବିତିଯାଇଥିଲେ ବି ଅପରାଧୀଙ୍କୁ ଗିରଫ କରାନଯିବା ସହ ବିଭିନ୍ନ ପ୍ରମାଣ ତଥା ଶବ ବ୍ୟବଛେଦ ରିପୋର୍ଟରେ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ କରି ବଲାଙ୍ଗୀର ଏସ୍ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବାସହ ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କୁ କୋଠାର ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ଲୋକ ଏବଂ କିଛି ସ୍ଵେଚ୍ଛାସେବୀ ସଂଘ ।
ଆଗକୁ ପଢନ୍ତୁ : ଆଜି ଶ୍ରୀ ଜିଉଙ୍କ ସୁନାବେଶ