କଟକ, ଜାନୁଆରୀ ୯(ଖବର ଓଡ଼ିଶା): ରାଜ୍ୟରେ ଏବେ ଧଳାହଜର କାରବାରର ମୂଳ ଦିନକୁ ଦିନ ସଦୃଢ ହେଉଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରର କୁଖ୍ୟାତ ଓ ମୋଷ୍ଟୱାଣ୍ଟେଡ୍ ବ୍ରାଉନସୁଗାର ବେପାରୀ ମାନେ ଏହି ନେଟୱାର୍କକୁ ଅପରେଟ୍ କରୁଛନ୍ତି ।
ଏମାନଙ୍କୁ ଧରିବା ପାଇଁ ରାଜ୍ୟ ପୋଲିସର ସବୁ ପଦକ୍ଷେପ ଫେଲ୍ ମାରୁଥିବା ବେଳେ ଆଜି ରାଜ୍ୟ କ୍ରାଇମବ୍ରାଞ୍ଚର କଟକ ଏସଟିଏଫ୍ ଟିମ୍ କୁ ମିଳିଛି ବଡ଼ ସଫଳତା । କୁଖ୍ୟାତ ବ୍ରାଉନସୁଗାର ବେପାରୀ ସେଖ୍ ଲାଲୁକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ।
ପଶ୍ଚିମବଙ୍ଗରେ ରହି ରାଜ୍ୟ ଭିତରେ ବ୍ରାଉସୁଗାରର କାରବାର ପୁରା ବ୍ଲୁପ୍ରିଣ୍ଟ ରଚୁଥିଲା ଲାଲୁ । ଆଜି ଏହି ମାଷ୍ଟରମାଇଣ୍ଡ ପୋଲିସ୍ ହାତରେ ଧରାପଡିଛି ।
ପଶ୍ଚିମବଙ୍ଗ ପଲାସିପଡା ଥାନା ଅଞ୍ଚଳରୁ ଶେଖ୍ ଲାଲୁକୁ ଗିରଫ କରି ଏବେ କଟକ ଆଣୁଛି ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ । ପଶ୍ଚିମବଙ୍ଗ ପୋଲିସ୍ ଓ ରାଜ୍ୟ କ୍ରାଇମବ୍ରାଞ୍ଚର ମିଳିତ ଚଢାଉ ଫଳରେ ଲାଲୁକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ପୂର୍ବରୁ ଶେଖ୍ ଲାଲୁର ସହଯୋଗୀ ଶେଖ୍ ସଫିକୁଲୁକୁ ଗିରପ କରାଯାଇଥିବା ବେଳେ ଆଜି ଲାଲୁକୁ ଗିରଫ କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଉଥିବା ଜଣାପଡିଛି ।