ବରଗଡ଼: ଘରୁ ଫେରାର ହୋଇଯାଇଥିବା ଜଣେ ନାବାଳିକାଙ୍କ ମୃତ ଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ । ନାବାଳିକାକୁ କଟୁରୀରେ ହାଣି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଘଟଣାରେ ନାବାଳିକାର ପୁରୁଷ ବନ୍ଧୁକୁ ଗିରଫ କରାଯାଇଛି ।
ନାବାଳିକା ଜଣକ ଘରୁ ମୋବାଇଲ ଓ ଘରୁ ୧୫ ହଜାର ଟଙ୍କା କେଉଁ ଆଡ଼େ ଚାଲିଯାଇଥିଲେ । ଗତ ୨୦ ତାରିଖରେ ପରିବାର ଲୋକେ ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ନାବାଳିକାଙ୍କ ମୃତ ଦେହ ରବିବାର ହୀରାକୁଦ ଜଳଭଣ୍ଡାର ରାଇଟ୍ ଡାଇକ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତବେଳେ ଏହି ହତ୍ୟାକାଣ୍ଡରେ ପୁରୁଷ ବନ୍ଧୁ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଉକ୍ତ ଯୁବକକୁ ଗିରଫ କରିଛି । ଅଭିଯକ୍ତର ଘର ଅତାବିରାରେ ଅଂଚଳରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି, ଏଥିରେ ସାମିଲ ଥିବା ଅନ୍ୟ ଜଣେ ଯୁବକକୁ ଗିରଫ କରିବାକୁ ଖୋଳତାଡ଼ କରାଯାଉଛି ।