ସାଲେପୁର, ଜାନୁଆରୀ ୨୦ (ଖବର ଓଡ଼ିଶା): ରାଜ୍ୟରେ ଥମୁନି ଲଜ୍ଜ୍ୟା । ପ୍ରତିଦିନ ଦୁଷ୍କର୍ମ ଓ ଅତ୍ୟାଚାରର ଖବର ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି । ବିଗତ କିଛି ଦିନ ହେଲା ଲଗାତାର ଭାବରେ ଦୁଷ୍କର୍ମ ଖବର ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ସାଲେପୁର ଅଞ୍ଚଳରୁ ଆସିଛି ଆଉ ଏକ ସଂଘାତିକ୍ ଅଭିଯୋଗ ।
ସୂଚନା ଅନୁସାରେ କଟକ ସାଲେପୁରରେ ଏକ ୧୩ ବର୍ଷର ନାବାଳିକାର ହାତ ଗୋଡ ବାନ୍ଧି ତା ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସାଲେପୁର ଥାନା ବଣହରା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଏହାପରେ ପୀଡିତାର ପିତାମାତା ଏନେଇ ଥାନାରେ ଅଭିଯୋଗ କରିବା ପରେ ଆଜି ଏହି ଘଟଣାରେ ସାଲେପୁର ପୋଲିସ୍ ଏହି ମାମଲାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ଅନ୍ୟପଟେ କେସ୍ କୁ ଚପାଇ ଦେବା ପାଇଁ ଅଭିଯୁକ୍ତର ପରିବାର ଲୋକେ ଚେଷ୍ଟା କରୁଥିବା ସହିତ ପୀଡିତାଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ଯାଚୁଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ପିତା-ମାତା ।
ତେବେ ସାଲେପୁର ପୋଳିସ୍ ପୀଡିତାଙ୍କ ଡାକ୍ତରୀ ମାଇନା କରାଇବା ସହିତ ସାଇନଷ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି ।