ଉତ୍ତରପ୍ରଦେଶ: ରାଜପଥ ଉପରେ ଦିନ ଦ୍ୱିପ୍ରହରରେ ଜଣେ ସାମ୍ବାଦିକଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି । ଉତ୍ତରପ୍ରଦେଶ ସୀତାପୁରରେ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ରାଜପଥରେ ଉପରେ ଏହି ହତ୍ୟାକାଣ୍ଡ ହୋଇଛି । ହତ୍ୟା କରାଯାଇଥିବା ମୃତ ସାମ୍ବାଦିକ ଜଣକ ହେଉଛନ୍ତି, ରାଘବେନ୍ଦ୍ର ବାଜପେୟୀ । ସେ ୟୁପିର ଦୈନିକ ଖବରକାଗଜର ଜଣେ ସ୍ଥାନୀୟ ପ୍ରତିନିଧୀ ଭାବେ କାର୍ଯ୍ୟରତ ଥିଲେ ।
ଶନିବାର ରାଘବେନ୍ଦ୍ର ରାଜପଥରେ ଯିବା ସୟମରେ ଦୁର୍ବୃତ ମାନେ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ତାଙ୍କୁ ବାଇକକୁ ଧକ୍କା ମାରିଥିଲେ । ସେ ତଳେ ପଡ଼ିଯିବା ପରେ ତାଙ୍କ ଉପରକୁ ୩ଥର ଗୁଳିମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଗୁଳିମାଡ଼ ଶଦ୍ଦ ଶୁଣିବା ମାତ୍ରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ପରେ ପୋଲିସ ଏନେଇ ସୂଚନା ଦେଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସହାୟତା ପୋଲିସ ରାଘବେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ପୋଲିସ ତଦନ୍ତକୁ ଜୋରଦାର କରିବା ଆକ୍ରମଣକାରୀକୁ ଖୋଜିବା ପାଇଁ ଛାନ୍ଭିନ୍ ଚଳାଇଛି । ତେବେ କିଏ ଓ କାହିଁକି ସାମ୍ବାଦିକଙ୍କୁ ହତ୍ୟା କଲା, ତାହାର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇପାରିନି ।