ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଜଣେ ହୋଟେଲ ରୋଷେୟାର ତଣ୍ଟି କାଟି ଦେଇଛି ତାଙ୍କ ସହାୟକ। ଆହତ ରୋଷେୟା ଜଣକ ହେଲେ ଆଶିଷ ମହାନ୍ତି। ଆକ୍ରମଣ କରିଥିବା ହେଲ୍ପର ଜଣକ ହେଲେ କେ. ଲବ ରାଓ । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସହାୟକକୁ ଅଟକ ରଖିଛି ।
ପ୍ରାଥମିକ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ପଟିଆ ଷ୍ଟେସନ ରୋଡ୍ ଅଞ୍ଚଳରେ ଥିବା ଏକ ହୋଟେଲର ଜଣେ ସହାୟକ କେ. ଲବ ରାଓ ରୋଷେୟା ଆଶିଷ ମହାନ୍ତିଙ୍କ ତଣ୍ଟିକୁ ଏକ ଛୁରୀରେ କାଟି ଦେଇଥିଲେ । ଆଶିଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଛନ୍ତି । ଏ ନେଇ ହୋଟେଲ ପକ୍ଷରୁ ଚନ୍ଦ୍ରଶେଖପୁର ଥାନାକୁ ଖବର ଦିଆଯାଇଥିଲା । ସହାୟକ କାହିଁକି ରୋଷେୟାଙ୍କୁ ଆକ୍ରମଣ କରିଛନ୍ତି ତାହା କିଛି ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତାଙ୍କୁ ଅଟକ ରଖି ଜେରା କରୁଛି ।