ପାର୍ବଣ ଆରମ୍ଭରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ । ସାଲିଆ ସାହିରେ ଅବକାରୀ ବିଭାଗର ଚଢ଼ାଉ | ପୂଜା ପାଇଁ ପ୍ରସ୍ତୁତ ହେଉଥିବା ମଦ ଉପରେ ଛାପା ମାରିଛି ଅବକାରୀ ଥାନା । ଭୁବନେଶ୍ୱର ଅବକାରୀ ଥାନା ପକ୍ଷରୁ ଆଇଆଇସି ବିକାଶ ନାୟକଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା | ଯେଉଁଥିରେ ୧୫ ଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାଇ, ସାଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଶାଲ୍ ମଦ | ଆଉ ମଦ ରନ୍ଧା ଚାଲିଥିବା ବେଳେ ଅଚାନକ ଆସି ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଚଢାଉ କରି ଶହ ଶହ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ। ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରାଯାଇଛି । ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ କଲା ଅବକାରୀ ଥାନା । ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।
ପୂଜା ପାଇଁ ଏତେ ବ୍ୟାପକ ପରିମାଣର ତିଆରି ଚାଲିଥିବା ସେମାନେ ସ୍ୱୀକାର କରିଛନ୍ତି । ଆଗକୁ କୁମାରପୁର୍ଣିମା ଥିବା ବେଳେ ଦେଶୀ ମଦର ଡିମାଣ୍ଡକୁ ଦୃଷ୍ଟିରେ ରଖି ଏତେ ପରିମାଣରେ ମଦ ପ୍ରସ୍ତୁତ କରାଯାଉଥିବା ଗିରଫ ପରେ ଅଭିଯୁକ୍ତ ସ୍ୱୀକାର କରିଛନ୍ତି। ସେପଟେ ଆଗକୁ ବସ୍ତି ଓ ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ ।
ଅଧିକ ପଢ଼ନ୍ତୁ : ଏସଟିଏଫ ହାତରେ ଗଞ୍ଜେଇ ମାଫିଆ