ପୁଣି ଏସଟିଏଫ ହାତରେ ଗଞ୍ଜେଇ ମାଫିଆ । ୪୩ କୁଇଣ୍ଟାଲ ୩୩୫ କେଜି ଗଞ୍ଜେଇ ଜବତ । ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ଚାଲିଥିଲା ଡିଲ୍ ।
ସୂଚନା ଅନୁସାରେ , ୪୩ କୁଇଣ୍ଟାଲ ୩୩୫ କେଜି ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ଏସଟିଏଫ । ଓଡିଶା ସମେତ ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ ଓ ବିହାରରେ ଚାଲିଥିଲା ଚୋରା ଚାଲାଣ । ଗତ ୨୦୨୩ ମସିହା ଅଗଷ୍ଟ ୨୦ ତାରିଖରେ ଏକ ଟ୍ରକ ଭର୍ତ୍ତି ଗଞ୍ଜେଇକୁ ଠାବ କରିଥିଲା ଏସଟିଏଫ । ସେହିଭଳି ଏସଟିଏଫର ଅନୁସନ୍ଧାନକରି ଟିମ ଆଜି ପହଞ୍ଚି କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଆନ୍ତ ରାଜ୍ୟରେ ବେପାରୀମାନେ ସାମିଲ ରହିଛନ୍ତି । ଏହି ମାମଲାର ମାଷ୍ଟରମାଇଣ୍ଡ ବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଶରତ ।
ଗଜପତି କୋର୍ଟରେ ଆଜି ଶରତକୁ ହାଜର କରାଯିବ । ଏହି ସର୍ଚ୍ଚ ଅପେରସନରେ ୧ ଲକ୍ଷ ପଚିଶି ହଜାର ଟଙ୍କା ସହ ଅନ୍ୟାନ୍ୟ ଅପରାଧୀ ସାମ୍ରଗୀ ଏସଟିଏଫ ଜବତ କରିଛି । ଶରତ ପୂର୍ବରୁ ମଧ୍ୟ ଅନେକ ମାମଲାରେ ଜଡିତ ଥିଲା । ଏପରିକି ସେ ପୋଲିସ ହାଜତ ରୁ ମଧ୍ୟ ଥରେ ଫେରାର ହୋଇଥିଲା ।
ଆଗକୁ ପଢନ୍ତୁ :- ହାତୀ ଆତଙ୍କରେ ଚାଷୀ ମୃତ