ଖୋଲା ପଡ଼ିଆ, ୩୦ ଫୁଟ୍ ପରିଧିରେ ଚାରି ଅଭିଯୁକ୍ତଙ୍କ ଶବ, ଦେଖନ୍ତୁ ଏନକାଉଣ୍ଟର ସ୍ଥଳର ଦୃଶ୍ୟ
Khabar Odisha:crime-odisha-hyderabad-gangrape-encounter-dead-bodies-of-accused-from-site
ହାଇଦ୍ରାବାଦ, ଡିସେମ୍ବର୦୬(ଖବର ଓଡ଼ିଶା):

ହାଇଦ୍ରାବାଦ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ଗଣବଳାତ୍କାର ଓ ଆମାନୁଷିକ ହତ୍ୟା ମାମଲାରେ ଆଜି ପୋଲିସ ଚାରି ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ନିହତ କରିଛି। ଏହି ଏନକାଉଣ୍ଟର ଜାତୀୟ ରାଜପାଥ ୪୪ ନିକଟରେ ହୋଇଛି। ଏହି ଘଟଣାରେ ଚାରି ଅଭିଯୁକ୍ତଙ୍କ ମୃତ ଶରୀରର ଫଟୋ ସାମ୍ନାକୁ ଆସିଛି। ଏନକାଉଣ୍ଟର ସମୟରେ ଅଭିଯୁକ୍ତଙ୍କ ଶବ ପାଖାପାଖି ପଡ଼ି ରହିଥିବା ଦେଖିବାକୁ ମିଳିଛି। 

ହାଇଦ୍ରାବାଦ ରେଳ  ଷ୍ଟେସନଠୁ ୨୪ କିଲୋମିଟର ଦୂର ସମସାବାଦ ତନଖି ଫାଟକ ପାଖରେ  ଏକ ଖୋଲା ପଡ଼ିଆରେ ପୀଡ଼ିତାଙ୍କ ସହିତ ଗଣବଳାତ୍କାର କରାଯାଇଥିଲା। ଘଟଣାସ୍ଥଳ ପାଖରେ ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ରହିଛି। ଅଭିଯୁକ୍ତଙ୍କୁ ଏଠାରେ ଏନକାଉଣ୍ଟର କରାଯାଇଛି। ଚାରି ଅଭିଯୁକ୍ତଙ୍କ ଶବ ପରସ୍ପରଠୁ ୨୦ ରୁ ୩୦ ଫୁଟ୍ ଦୂରରୁ ମିଳିଛି।

ଅଭିଯୁକ୍ତଙ୍କ ଏନକାଉଣ୍ଟର ସେହି ଜାଗାରେ ହୋଇଛି, ଯେଉଁଠି ସେମାନେ ଡାକ୍ତରାଣୀଙ୍କୁ ଆମାନୁଷିକ ଭାବେ ପୋଡ଼ି ହତ୍ୟା କରିଥିଲେ। ପୋଲିସ ମୁତାବକ ସେମାନେ ଅଧିକ ତଦନ୍ତ ଓ ସିନ୍ ରିକ୍ରିଏସନ ପାଇଁ ଘଟଣାସ୍ଥଳକୁ ଚାରି ଅଭିଯୁକ୍ତଙ୍କୁ ନେଇ ଯାଇଥିଲେ। 

ଯେଉଁଠି ଏନକାଉଣ୍ଟର ହୋଇଛି, ସେଠାରେ କେବଳ ଏକ ଘର ଥିଲା। ଉକ୍ତ ଘରର ଜଣେ ସଦସ୍ୟ  କହିଛନ୍ତି ଯେ, ସକାଳ ପ୍ରାୟ ୪ଟା ବେଳକୁ  ଚାରି ପାଞ୍ଚ ଗୁଳି ଶବ୍ଦ ଶୁଣିଥିଲେ। ଲୋକଙ୍କ ଭିଡ଼ ଦେଖି ପୋଲିସ ସତର୍କ ରହିଛି। ସକାଳୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମୁଛି। 

ଘଟଣା ବିଷୟରେ ପୋଲିସ ଅଧିକାରୀ କହିଛନ୍ତି ଯେ, ଚାରି ଅଭିଯୁକ୍ତଙ୍କୁ ଘଟଣାର ସିନ୍ ରିକ୍ରିଏସନ ପାଇଁ ସକାଳ ୩ଟା ୩୦ରୁ ନିଆାଯାଇଥିଲା। ମାତ୍ର ସେମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ପୋଲିସଠୁ ବନ୍ଧୁକ ଛଡ଼ାଇ ଗୁଳି ଚଳାଇଥିଲେ। ଫଳରେ ପୋଲିସକୁ ନିଜର ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ପଡ଼ିଥିଲା। ପ୍ରାୟ ଅଧା ଘଣ୍ଟା ଧରି ଏନକାଉଣ୍ଟର ଚାଲିଥିଲା।

Subscribe

National International State Sports Entertainment