ନୂଆଦିଲ୍ଲୀ, ଜୁନ ୧୬ (ଖବର ଓଡ଼ିଶା):
କିଏ କେବେ କଣ ନିଜ ମୃତ୍ୟୁର ସୁପାରି ଦେଇ ପାରିବ କି ? ଆପଣ ଯଦି ଭାବୁଛନ୍ତି ଏହାର ଉତ୍ତର ନାଁ ହୋଇଥାଇପାରେ ବୋଲି ତେବେ ଆପଣଙ୍କ ଭାବିବା ସମ୍ପୂର୍ଣ୍ଣ ଭୁଲ ଏଭଳି ଘଟଣା ଘଟିଛି ନୂଆଦିଲ୍ଲୀରେ । ସନ୍ଦେହଜନକ ପରିସ୍ଥିତିରେ ନିଖୋଜ ହୋଇଯାଇଥିବା ଜଣେ ବ୍ୟବସାୟୀଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା ପୋଲିସକୁ କିଛି ଏଇଭଳି ସୂଚନା ମିଳିଛି । ଜୁନ୍ 9 ରେ, ପାଟପରଗଞ୍ଜରୁ ନିଖୋଜ ହୋଇଯାଇଥିବା ଯୁବ ବ୍ୟବସାୟୀ ଗୌରବ ବନସାଲଙ୍କ ମୃତଦେହ ରଣହାଲାର ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ହତ୍ୟା ମାମଲାର ତଦନ୍ତ କରୁଥିବା ବେଳେ ପୋଲିସ ଜଣେ ନାବାଳକ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପୋଲିସ ଏହି ଘଟଣାର ପର୍ଦ୍ଧାଫାଶ କରି କହିଛି ଯେ, ବ୍ୟବସାୟୀ ଗୌରବ ବନସଲ ଋଣରେ ବୁଡିଥିଲେ । ତେବେ ତାଙ୍କର ନିଜଉପରେ ମୋଟା ବୀମା ଥିଲା(ପ୍ରାୟ 1 କୋଟିରୁ 1.5 କୋଟି ଟଙ୍କା ବୀମା ରାଶି ମିଳିବାର ଥିଲା) | ତେଣୁ ବୀମା ରାଶିକୁ ପାଇବା ପାଇଁ ସେ ତାଙ୍କ ନିଜକୁ ହତ୍ୟା କରିବା ନେଇ ଯୋଜନା ପ୍ରସ୍ତୁତ କରିଲେ ଯାହା ଫଳରେ ପରିବାର ଲୋକମାନଙ୍କୁ ବୀମା ରାଶି ମିଳିଯିବ| ଏହା ପରେ ନିଜକୁ ହତ୍ୟା କରିବା ନେଇ ସେ ସୋସିଆଲ ମିଡିଆରେ ପରିଚୟ ହୋଇଥିବା ଜଣେ ଯୁବକଙ୍କ ସହ ଚୁକ୍ତି କରିଥିଲେ । ହତ୍ୟା କରିଥିବା ଯୁବକ ଜଣକ ଏହି ଘଟଣାରେ ଜଣେ ନାବାଳକ ସହ ଆଉ 3 ଜଣଙ୍କୁ ସାଥି କରିଥିଲା । ଯୋଜନା ଅନୁଯାୟୀ, ଗୌରବ ବନସଲ ନିଜକୁ ହତ୍ୟା କରିବା ପାଇଁ ରଣହୁଲାରେ ପହଞ୍ଚିଥିଲେ, ଯେଉଁଠାରେ ଜଣେ ଯୁବକ ତାଙ୍କ ହାତ ବାନ୍ଧି ଧରିଥିବା ବେଳେ ଅନ୍ୟ ଚାରିଜଣ ତାଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲେ।
ପୋଲିସର ସୂଚନାନୁସାରେ, ଉକ୍ତ ଯୁବକଙ୍କୁ ଗୌରବ ମାତ୍ର 90 ହଜାର ଟଙ୍କା ଦେଇ ଏଭଳି କାମ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ନାମ ମନୋଜ କୁମାର ଯାଦବ (21 ବର୍ଷ, ପନିପରିବା ବିକ୍ରୟ), ସୁରଜ ଛଦ୍ମନାମ ସିପି (18, ଛାତ୍ର), ସୁମିତ କୁମାର (26 ବର୍ଷ, ଟେଲରିଂ)। ସମସ୍ତ ଅଭିଯୁକ୍ତ ମୋହନ ଗାର୍ଡେନ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।
ବାସ୍ତବରେ, ଜୁନ୍ 10 ତାରିଖ ଦିନ ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ ଯୁବକଙ୍କ ମୃତଦେହ ଗଛରେ ଝୁଲୁଛି ବୋଲି । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଅନୁସନ୍ଧାନରୁ ଜଣାପଡିଥିଲା ଯେ ମୃତକଙ୍କ ନାମ ଗୌରବ ବନସାଲ ଏବଂ ସେ ଆଇପି ଏକ୍ସଟେନ୍ସନ୍ ରେ ରୁହନ୍ତି । ଏହା ପରେ ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଏକ ହତ୍ୟା ଘଟଣା ବୋଲି ପୋଲିସ ଜାଣିବାକୁ ପାଇଥିଲା ଏହାପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା । ଏହି ମାମଲାରେ ପୋଲିସ ସୁରଜ ନାମକ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା ଆରମ୍ଭ କରିଥିଲା ଏହା ସୂରଜ ସମସ୍ତ ଘଟଣା ପୋଲିସ ଆଗରେ ପ୍ରକାଶ କରିଥିଲା ଏବଂ ତାକୁ ଏହି ଘଟଣାରେ ସାହାର୍ଯ୍ୟ କରିଥିବା ଅନ୍ୟ ଅଭିଯୁକ୍ତମାନଙ୍କ ବିଷୟରେ ମଧ୍ୟ ସୂଚନା ଦେଇଥିଲା । ତେବେ ନିଜ ମୃତ୍ୟୁ ପାଇଁ ସୁପାରି ଦେଇଥିବା ଗୌରବ ନିଜ ହତ୍ୟା ପୂର୍ବରୁ ହିଁ ଅଭିଯୁକ୍ତମାନଙ୍କୁ ସମସ୍ତ ଟଙ୍କା ଦେଇ ଦେଇଥିବା ଜଣାପଡିଛି ।
ହତ୍ୟା ପାଇଁ ନିଜରି ଫଟୋ ହ୍ୱାଟସଅପ ଜରିଆରେ ପଠାଇଥିଲେ -
ବ୍ୟବସାୟରେ ପ୍ରବଳ କ୍ଷତି ହେତୁ ଗୌରବ ଅବସାଦଗ୍ରସ୍ତ ଥିବା ପୋଲିସ ସୂଚନା ଦେଇଛି । ଘରୁ ଯିବା ପୂର୍ବରୁ ଗୌରବ ଅଭିଯୁକ୍ତଙ୍କ ସହ ମୋବାଇଲେ ଯୋଗାଯୋଗ କରିଥିଲେ ଯାହା ପରେ ପୋଲିସକୁ ଅଭିଯୁକ୍ତମାନଙ୍କ ନିକଟରେ ପହଁଞ୍ଚିବାରେ ସାହାର୍ଯ୍ୟ କରିଥିଲା । ଗୌରବ ତାଙ୍କ କାରକୁ ଘରେ ରଖି ଦ୍ୱାରା ଅନ୍ୟ ଏକ ଭଡା ଗାଡିରେ ରଣହୁଲାରେ ପହଞ୍ଚିଥିଲେ | ବାଟରେ ଅଭିଯୁକ୍ତମାନଙ୍କୁ ସେ ତାଙ୍କ ନିଜ ଫଟୋ ହ୍ୱାଟସଅପ ଦ୍ୱାରା ପଠାଇଥିଲେ ଯେଭଳି ସେମାନେ ତାଙ୍କୁ ଚିହ୍ନି ପାରିବେ । ସେ ରାଣାହୁଲାରେ ପହଞ୍ଚିବା ମାତ୍ରେ ଚାରି ଅଭିଯୁକ୍ତ ତାଙ୍କ ହାତ ବାନ୍ଧି ବେକରେ ଦୌଡି ବାନ୍ଧି ଦେଇ ତାଙ୍କୁ ଗଛରେ ଟାଙ୍ଗି ଦେଇଥିଲେ।
ବନ୍ଧୁକ ମିଳିଲା ନାହିଁ, ଫାଶୀ ପାଇଁ ବ୍ୟବସ୍ଥା କରିଥିଲେ -
ପୋଲିସ ଦାବି କରିଛି ଯେ ବନସଲ ପ୍ରଥମେ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ କିନ୍ତୁ ସେ ଏଥିପାଇଁ ସେ ସାହସ କରିପାରିନଥିଲେ । ତା’ପରେ ଅଭିଯୁକ୍ତ ମାନେ ମଧ୍ୟ ପ୍ରଥମେ ଯୋଜନା କରିଥିଲା ଯେ ସେମାନେ ବନସଲଙ୍କୁ ଗୁଳି କରି ହତ୍ୟା କରିବେ, କିନ୍ତୁ ଅସ୍ତ୍ର ବିକ୍ରେତା ନାବାଳିକାଙ୍କୁ ପିସ୍ତଲ ଦେବାକୁ ମନା କରି ଦେଇଥିଲା । ପୋଲିସର ସୂଚନାନୁସାରେ, ବନସଲ ନିଜ ଆତ୍ମହତ୍ୟା ପାଇଂ ବ୍ୟବହୃତ ହୋଇଥିବା ଦଉଡିକୁ ନିଜ ସାଙ୍ଗରେ ନେଇକି ଆସିଥିଲେ । ତେବେ ବନସଲ ନିଜ ହତ୍ୟା ପୂର୍ବରୁ ଅଭିଯୁକ୍ତମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେମାନେ ଏକ ଭଲ କାମ କରୁଛନ୍ତି ଏହା କରିବା ଦ୍ୱାରା ସେମାନେ ତାଙ୍କୁ ଏବଂ ତାଙ୍କ ପରିବାରକୁ ସାହାର୍ଯ୍ୟ କରିଛନ୍ତି ।