ବଢିବାରେ ଲାଗିଛି ଧଳାଜହର କାରବାର: ପୁଣିଥରେ ଜବତ ହେଲା ବ୍ରାଉନ୍ ସୁଗାର, ଜଣେ ମହିଳା ଗିରଫ ବ୍ରହ୍ମପୁର, ସେପ୍ଟେମ୍ବର ୨୬(ଖବର ଓଡିଶା): Share story: ବ୍ରହ୍ମପୁର ସହରରେ ବଢିବାରେ ଲାଗିଛି ଧଳାଜହର କାରବାର। ପୁଣି ଥରେ ଜବତ ହୋଇଛି ବ୍ରାଉନ୍ ସୁଗାର। ତେବେ ଏହି ଘଟଣାରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ଗିରଫ ମହିଳା ଜଣକ ହେଉଛନ୍ତି ସୁକାନ୍ତି ବେହେରା । ତାଙ୍କ ଘର ଗେଟବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି । ତେବେ ଏହି ମହିଳା ଜଣକ ସିଟି ମେଡିକାଲ ନିକଟରେ ବ୍ରାଉନ୍ ସୁଗାର ଜଣେ ଗ୍ରାହକଙ୍କୁ ବିକ୍ରି କରୁଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ମାଡି ବସିଥିଲା। ହେଲେ ଘଟଣା ସ୍ଥଳରୁ ଗ୍ରାହକ ଚମ୍ପଟ ମାରିଥିଲା । ସେପଟେ ଘଟଣା ସ୍ଥଳରୁ ୧୨୭ ଗ୍ରାମ୍ ବ୍ରାଉନ୍ ସୁଗାର, ନଗଦ ୧୧ ହଜାର ଟଙ୍କା ଜବତ ହୋଇଛି । ଏହାସହିତ ଘଟଣାର ଅଧିକ ତଦନ୍ତ କରୁଥିବା କହିଛନ୍ତି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ। ଖବର ଓଡ଼ିଶା, Reporter, 26/09/2022