ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ ସାରୁଅ ଶଙ୍ଖ ନିକଟରେ ଏକ ଟ୍ରକକୁ ବାଇକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବାଘମାରୀ – ସାରୁଅ ପାଖ ଶଙ୍ଖ ନିକଟରେ ଏକ ଟ୍ରକ ଖରାପ ହୋଇ ଠିଆ ହୋଇଥିଲା । ଏହି ସମୟରେ ଖୋର୍ଦ୍ଧା ପଟୁ ଦୁଇ ଜଣ ବାଇକରେ ଫେରୁଥିବା ବେଳେ ଟ୍ରକର ପଛ ପଟକୁ ଧକ୍କା ଦେଇଥିଲେ । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।