ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍ ପୋଲିସ ଜଣେ ଅପହରଣକାରୀଙ୍କୁ ଧରାଇଦେବାକୁ ପୋଷ୍ଟର ଜାରି କରିଛି । ଅପହରଣକାରୀଙ୍କୁ ଧରାଇଦେଲେ ୨୫,୦୦୦ ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି କମିଶନରେଟ୍ ପୋଲିସ କହିଛି ।
ଗତକିଛି ଦିନ ତଳେ ଏୟାରଫିଲ୍ଡ ଥାନାରେ ଜଣେ ଯୁବତୀଙ୍କ ଅପହରଣ ନେଇ ଅଭିଯୋଗ ହୋଇଥିଲା । ଚନ୍ଦନ ମଣ୍ଡଳ ନାମକ ଯୁବକଙ୍କ ନାମରେ ଅପହରଣ ମାମଲା ରୁଜୁ ହୋଇଛି । ସେବେଠାରୁ କମିଶନରେଟ୍ ପୋଲିସ ଚନ୍ଦନକୁ ଖୋଜୁଛି ।
ଚନ୍ଦନ ମଣ୍ଡଳ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବାସନ୍ତୀପାଲ୍ଲୀ ଗ୍ରାମର ପ୍ରଦୀପ ମଣ୍ଡଳଙ୍କ ପୁଅ । ତାକୁ ଧରାଇଦେଲେ ୨୫,୦୦୦ ଟଙ୍କାର ନଗଦ ରାଶି ପ୍ରଦାନ କରାଯିବ । ଏହା ସହିତ ସୂଚନା ଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ । ଏଥିପାଇଁ ପୋଲିସ ଦୁଇଟି ଫୋନ୍ ନମ୍ବର ୭୦୦୮୬୮୯୦୬୯ ଏବଂ ୭୭୩୫୫୭୭୭୧୭ ଜାରି କରିଛି । ଯେଉଁ ବ୍ୟକ୍ତି ଚନ୍ଦନ ବିଷୟରେ ଖବର ପାଇବେ ଏହି ନମ୍ବରରେ ଯୋଗାଯୋଗ କରିବେ ।