ବିଡିଓଙ୍କ ଆଖିଖୋସା ସମ୍ପତ୍ତି: ଠାବ ହେଲାଣି ୨୪ଟି ପ୍ଲଟ, ମୋଟ ୨ କୋଟି ୩୨ ଲକ୍ଷ ଟଙ୍କାର ୨ କୋଠା ଠାବ ଜଳେଶ୍ୱର, ଜୁନ ୧୮(ଖବର ଓଡିଶା): Share story: ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କ ଆଖିଖୋସା ସମ୍ପତ୍ତି । ଚଢାଉରେ ଏପର୍ଯ୍ୟନ୍ତ ମିଳିଥିବା ସମ୍ପତ୍ତି ବିବରଣୀ ଦେଇଛି ଭିଜିଲାନ୍ସ । ବିଡିଓ ଅଶ୍ୱିନୀ ଦାସଙ୍କର ଏଯାଏ ଠାବ ହେଲାଣି ୨୪ଟି ପ୍ଲଟ । ମୋଟ ୨ କୋଟି ୩୨ ଲକ୍ଷ ଟଙ୍କାର ୨ଟି କୋଠା ମଧ୍ୟ ଠାବ ହୋଇଛି । ବିଡିଓଙ୍କର ଗୋଟିଏ ଇଟା ଫ୍ୟାକ୍ଟ୍ରି ମଧ୍ୟ ଠାବ କରିଛି ଭିଜିଲାନ୍ସ । ୪ଟି ଚାରି ଟକିଆ ଗାଡି ଓ ୩ଟି ଦୁଇ ଚକିଆ ଗାଡି ମଧ୍ୟ ଠାବ ହୋଇଛି । ଏହାସହିତ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କେଜି ରୂପା ଠାବ ହୋଇଛି । ସୂଚନା ଅନୁସାରେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଶନିବାର ଦିନ ବିଡିଓଙ୍କ ଚଢାଉ ହୋଇଥିଲା । କଟକ ଡିଭଇଜନର ୫ ଜଣିଆ ଟିମ ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଖବର ଓଡ଼ିଶା, Reporter, 18/06/2022