ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ରିଡଲେଙ୍କୁ ସୁରକ୍ଷା ଦେବାଲାଗି ପଇଁତରା ମାରୁଥିବା ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ଉଦ୍ୟମ ହୋଇଛି । ଗତ ଦେଢ଼ମାସରେ ଏହା ହେଉଛି ତୃତୀୟ ଘଟଣା । ଆଜି ଟ୍ରଲର୍ ମାଫିଆମାନେ ବନ୍ଧୁକ ଦେଖାଇ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଅନ୍ୟ ପାଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚି ଯିବାରୁ ବନ କର୍ମଚାରୀମାନେ ବର୍ତ୍ତି ଯାଇଛନ୍ତି ।
ଖବର ମୁତାବକ, ପାଟ୍ରୋଲିଂ ସମୟରେ ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେଯେ, ନିଷିଦ୍ଧାଞ୍ଚଳରେ ୧୫ରୁ ୨୦ଟି ଟ୍ରଲର ବେଆଇନ ଭାବେ ମାଛ ଧରୁଥିଲେ । ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟ୍ରଲର ଗୁଡିକ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମ୍ କୁ ଘେରିଯାଇ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ ।
ତେବେ ବନ ବିଭାଗ କର୍ମଚାରୀ ମାନେ ଏ ସମ୍ପର୍କରେ ଧାମରା ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ଏହା ପରେ ଅନ୍ୟ ପାଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚି ଯିବାରୁ ବନ କର୍ମଚାରୀମାନେ ବର୍ତ୍ତିଯାଇଥିଲେ । ଏହି ଘଟଣା ପରେ ବନ ବିଭାଗ ତରଫରୁ ଟ୍ରଲର ମାଲିକଙ୍କ ନାଁ ରେ ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : କଫ ସିରଫ ଓ ବିପୁଳ ନିଶା ବଟିକା ଜବତ କଲା ପୋଲିସ