ସମ୍ବଲପୁର: ଲୋକଙ୍କ ସୁରକ୍ଷା ଦାୟିତ୍ୱ ନେଇଥିବା ପୁଲିସ ଏବେ ନିଜେ ଅସୁରକ୍ଷିତ ହୋଇ ପଡ଼ିଛି । ରାଜଧାନୀ ଭୁବନେଶ୍ୱରରେ ଜଣେ କନଷ୍ଟେବଳଙ୍କୁ ଛୁରା ମାଡ଼ କରାଯିବାର ୨୪ ଘଣ୍ଟା ପୂରଣ ହୋଇ ନ ଥିବାବେଳେ ସମ୍ବଲପୁରରେ ଜଣେ କନଷ୍ଟେବଳଙ୍କ ହାତକୁ ହାଣି ଦିଆଯାଇଥିବା ନେଇ ଖବର ଆସିଛି । ଆହତ କନଷ୍ଟେବଳ ହେଉଛନ୍ତି ସରୋଜ ଭୋଇ । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗ୍ରାମରୁ ଆସିଥିବା ଏକ ମାମଲାର ସମାଧାନ କରିବାକୁ ପୁଲିସ ଟିମ ଯାଇଥିଲା । ଝରାପାଲି ଗ୍ରାମରେ କୌଣସି କଥାକୁ ନେଇ ସ୍ୱ।ମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇ ସ୍ତ୍ରୀକୁ ସ୍ୱ।ମି ଆକ୍ରମଣ କରୁଥିବା ନେଇ ସୂଚନା ପାଇଥିଲା ବୁର୍ଲା ପୁଲିସ । ପୁଲିସ ଟିମ୍ ତୁରନ୍ତ ଝରାପାଲିରେ ପହଁଚିଥିଲା । ପୁଲିସ ସ୍ୱ।ମୀ କମଲ ପ୍ରଧାନଙ୍କୁ ଘରୁ ବାହାର କରୁଥିବା ବେଳେ ସେ କନଷ୍ଟେବଳ ସରୋଜଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏହା ପରେ କମଲ ପ୍ରଧାନ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଏଥିରେ କନଷ୍ଟେବଳ ସରୋଜଙ୍କ ଡାହାଣ ହାତର ପାପୁଲି କଟିଯାଇଥିବାବେଳେ ତାଙ୍କର ତିନୋଟି ଆଙ୍ଗୁଠିରେ ଆଘାତ ଲାଗିଛି । ଏହା ସହ କନଷ୍ଟେବଳଙ୍କ କହୁଣିରେ ମଧ୍ୟ ଆଘାତ ଲାଗିଛି । ଆହତ କନଷ୍ଟେବଳଙ୍କୁ ପ୍ରଥମେ ବୁର୍ଲା ଭିମସାର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ହାତ ପାପୁଲି କଟି ଯାଇଥିବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଅତିରିକ୍ତ ଏସପି ହରେଶ ପାଣ୍ଡେ ସୁଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ପୁଲିସ ଗଣ୍ଡଗୋଳର ଖବର ପାଇଁ ଯାଇଥିବାବେଳେ ଆକ୍ରମଣ କରାଯାଇଥିଲା । ଫଳରେ ଜଣେ କନଷ୍ଟେବଳ ଆହତ ହୋଇଥିଲେ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୁକ୍ତ ଜଣ ମଦ୍ୟ ପାନ କରିଥିଲା ବୋଲି ମଞ୍ଚେଶ୍ୱର ଥାନାଧିକାରୀ କହିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ