୫୬ ଲକ୍ଷର ବ୍ରାଉନସୁଗାର ଜବତ, ୪ ଗିରଫ
Khabar Odisha:Worth-56-lakh-brown-sugar-seized-in-Khordha-4-arrested
ଖବର ଓଡିଶା : 08/02/2023

 ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ପୋଲିସର ଚଢାଉ । ତୋଟାପଡା ଛକରେ ୫୬୦ ଗ୍ରାମର ବ୍ରାଉନସୁଗାର ଜବତ ଆଦର୍ଶ ଥାନା ପୋଲିସ । ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । । ସୂଚନା ଅନୁସାରେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ହେଉଛି ୫୬ ଲକ୍ଷ ଟଙ୍କା । ବ୍ରାଉନସୁଗାର ସହ ଗୋଟିଏ ଅଟୋ ମଧ୍ୟ ଜବତ କରିଛି ପୋଲିସ | ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି । ଗିରଫ ବ୍ରାଉନସୁଗାର ବେପାରୀ ସଦର ଥାନା ରାମଚଣ୍ଡି ଅଞ୍ଚଳର ସୁଷମା ମଲ୍ଲିକ, ଶିବ ମଲ୍ଲିକ, ଜୟପ୍ରକାଶ ମଲ୍ଲିକ, ନୟାଗଡ ଜିଲ୍ଲା ରଣପୁର ମହତପଲ୍ଲା ଗ୍ରାମର ପ୍ରତାପ ମହାପାତ୍ର

Subscribe

National International State Sports Entertainment