ବିଜୁ ପକ୍କାଘର ଯୋଗାଇଦେବା ନାଁରେ ଠକେଇ; ନ୍ୟାୟ ପାଇଁ ମହିଳାଙ୍କ ଧାରଣା
Khabar Odisha:Women-strike-in-front-of-collectors-office-for-justice
କେନ୍ଦ୍ରାପଡା, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା):

ଜଣେ ମହିଳାଙ୍କୁ ବିଜୁ ପକ୍କାଘର ଯୋଗାଇଦେବା କଥା କହି ପାଂଚ ହଜାର ଟଙ୍କା ଲୁଟି ନେଇଛନ୍ତି ସରପଂଚଙ୍କ ଭାଇ । ମହିଳା ଜଣଙ୍କ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକର ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଇତିପୁର ପଂଚାୟତ ବିଲବଳରାମପୁର ଗ୍ରାମରେ । ସୂଚନାନୁସାରେ ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବିଜୁ ପକ୍କାଘର ଯୋଗାଇ ଦେବା ବାବଦରେ ସରପଞ୍ଚଙ୍କ ବଡ ଭାଇ ପାଞ୍ଚ ହଜାର ଟଙ୍କା ନେଇଥିବା ଅଭିଯୋଗରେ ଉକ୍ତ ଅସହାୟ ମହିଳା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଦୁଇ ଶିଶୁଙ୍କୁ ଧରି ଦୁଇ ଦିନ ହେବ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ମାର୍ଶାଘାଇ ବ୍ଲକ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଇତିପୁର ପଂଚାୟତ ବିଲବଳରାମ ପୁର ଗ୍ରାମର ସ୍ୱାମୀ ପରିତକ୍ତା ମହିଳା ଖୁଲଣା ବେହେରା ଆଇତପୁର ପଂଚାୟତର ସରପଞ୍ଚ ଗାଲେଖ ବେହେରାଙ୍କ ବଡ଼ ଭାଇ ସୂର୍ଯ୍ୟକାନ୍ତ ବେହେରା ବିଜୁପକାଗୃହ କରାଇ ଦେବା ପାଇଁ ଦୁଇ ବର୍ଷ ପୂର୍ବେ ଖୁଲଣାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଖୁଲଣାଙ୍କୁ ପକାଘର ନ ମିଳିବାରୁ ଏହାକୁ ପ୍ରତିବାଦକରି ଖୁଲଣା ଦେଇଥିବା ଟଙ୍କା ସୂର୍ଯ୍ୟକାନ୍ତଙ୍କୁ ମାଗିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସୂର୍ଯ୍ୟକାନ୍ତ ଖୁଲଣାଙ୍କୁ ଏକାକି ଅବସ୍ଥାରେ ର୍ଦୁବ୍ୟବହାର କରିଥିଲେ । ନ୍ୟାୟ ପାଇଁ ଖୁଲଣା ପାଟକୁରା ଥାନାରେ ଅଭିଯୋଗ କରିଥିଲେ । ସରପଞ୍ଚଙ୍କ ଭାଇ ଓ ଶାସକ ଦଳର ହୋଇଥିବାରୁ ପୋଲିସ ଚୁପ ବସିଥିଲା । ପରେ ନ୍ୟାୟ ନପାଇ ଖୁଲଣା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସୁଫଳ ନ ମିଳିବାରୁ ଦୁଇଦିନ ହେବ ଅଭିଯୁକ୍ତକୁ ଗିରଫ ଦାବି କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର ଦୁଇ ପିଲାଙ୍କୁ ଧରି ଧାରଣାରେ ବସିରହିଥିବା ଘଟଣାରେ ଅସନ୍ତୋଷ ବୃଦ୍ଧିପାଉଛି ।

  • Tags:

Subscribe

National International State Sports Entertainment