ଖବର ଓଡିଶା : 13/03/2023
ପୁଇଁତଳା ଥାନା କେଶରକଳା ଗାଁରେ ଅଭାବନୀୟ ଘଟଣା । ମୋବାଇଲ୍ ପାଇଁ ସ୍ବାମୀକୁ ହାଣିଦେଲା ସ୍ତ୍ରୀ । ଗୁରୁତର ଅବସ୍ଥାରେ ଗଣେଶ୍ୱର ସୁନାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେପଟେ ଝିଅକୁ ଧରି ଫେରାର ହୋଇଯାଇଛନ୍ତି ଈଶ୍ୱରୀ କୁମାରୀ । ସୂଚନା ଅନୁସାରେ, ଗତକାଲି ସ୍ଵାମୀଙ୍କୁ ମୋବାଇଲ ମାଗିଥିଲେ ସ୍ତ୍ରୀ ଈଶ୍ବରୀ | କିନ୍ତୁ ଡାଟା ଶେଷ ହୋଇଯିବ କହି ସ୍ତ୍ରୀକୁ ମୋବାଇଲ ଦେଇନଥିଲେ ସ୍ୱାମୀ ଗଣେଶ୍ଵର | ଫଳରେ ରାଗି ଯାଇଥିଲେ ଈଶ୍ୱରୀ। ଗତକାଲି ବିଳମ୍ବିତ ରାତିରେ ଗଣେଶ୍ୱର ଶୋଇଥିବା ବେଳେ ଈଶ୍ୱରୀ ପନିକିରେ ତାଙ୍କ ହାଣି ଦେଇଥିଲେ। ଈଶ୍ୱରୀଙ୍କ ପନିକି ଚୋଟରେ ଗଣେଶ୍ୱରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗଣେଶ୍ୱର ପ୍ରତିରୋଧ କରିବାରୁ ତାଙ୍କ ହାତକୁ ମଧ୍ୟ ହାଣି ଦେଇଥିଲେ ଈଶ୍ୱରୀ। ସ୍ୱାମୀଙ୍କୁ ଲହୁଲୁହାଣ କରି ନିଜ ଝିଅକୁ ଧରି ଫେରାର ହୋଇଯାଇଥିଲେ ଈଶ୍ୱରୀ। ସ୍ଥାନୀୟ ଲୋକେ ଗଣେଶ୍ଵରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ |