ନୂଆଦିଲ୍ଲୀ: ହରିୟାଣାର ପାନିପତର ପରମହଂସ କୁଟୀର ନିକଟରେ ୨୦୨୧ରେ ବିନୋଦ ବାରୋଡ଼ାଙ୍କ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୁଲିସ ମୃତକ ବିନୋଦ ବାରୋଡ଼ାଙ୍କର ସ୍ତ୍ରୀ ନିଧି, ତାଙ୍କ ପ୍ରେମିକ ସୁମିତ ଓ ଦେବ ସୁନାର ନାମକ ଆଉ ଜଣେ ଯୁବକଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଥମେ ଏକ ଦୁର୍ଘଟଣା କରାଯାଇ ମାରିବାକୁ ଲକ୍ଷ୍ୟ ରଖା ଯାଇଥିଲା। କିନ୍ତୁ ସେ ସୌଭାଗ୍ୟତଃ ଏଥିରୁ ବଞ୍ଚି ଯାଇଥିଲେ। ଏହାପରେ ତାଙ୍କୁ ଗୁଲି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାରେ ସମିଲ ଥିବା ତିନି ଅଭିଯୁକ୍ତ ନିଜର ଅପରାଧକୁ ସ୍ବୀକାର କରିଛନ୍ତି। ପୁଲିସ କହିଛି ଯେ, ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ପ୍ରେମିକ ସହିତ ସ୍ତ୍ରୀ ଷଡ଼ଯନ୍ତ୍ର କରିଥିଲା। ଏଥି ପାଇଁ ୧୦ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲା।
ପୁଲିସ ଅଧୀକ୍ଷକ ଅଜିତ ସଂହ ଶେଖାଔତ କହିଛନ୍ତି ଯେ ଥାନା ସହରରେ ବୀରେନ୍ଦଙ୍କର ପୁଅ ଦେଶରାଜ ନିଜର ବୟାନରେ ପୁଲିସକୁ କହିଛନ୍ତି ଯେ ତାଙ୍କର ପୁତୁରା ସୁଖଦେବ ନଗରରେ ହାରଟ୍ରୋନ ନାମକ ଏକ କମ୍ପ୍ୟୁଟର ସେଣ୍ଟର ପରିଚାଳନା କରୁଥିଲେ। ୫ ଅକ୍ଟୋବର ୨୦୨୧ରେ ସଂନ୍ଧ୍ୟାରେ ବିନୋଦ ପରମହଂସ ଗେଟ ପାଖରେ ବସିଥିଲେ। ସେତିକି ବେଳେ ପଂଜାବ ନମ୍ବର ଥିବା ଗୋଟେ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା, ଯେଉଁଥିରେ ତାଙ୍କର ଦୁଇଟି ଗୋଡ଼ କଟିଯାଇଥିଲା। ଏହାପରେ ସେ ସ୍ଥାନୀୟ ପୁଲିସ ଷ୍ଟେସନରେ ଗାଡ଼ି ଚାଳକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ।
ଏହାପରେ ପୁଲିସ ଅଭିଯୁକ୍ତ ଦେବ ସୁନାର ଓରଫ ଦୀପକକୁ ଗିରଫ କରିଥିଲା। ଘଟଣାର ୧୫ ଦିନ ପରେ ଦେବ ସୁନାର ସମାଧାନ ପାଇଁ ତାଙ୍କ ପାଖକୁ ଆସିଥିଲେ। କିନ୍ତୁ ସେ ମନା କରିଦେଇଥିଲେ। ଏହା ପରେ ସେ ଧମକ ଦେଇ ଚଲିଯାଇଥିଲେ। ଏହାପରେ ଦେବ ସୁନାର ୧୫ ଡ଼ିସେମ୍ବର ୨୦୨୧ ଏକ ଦେଶୀ ବନ୍ଧୁକ ଧରି ତାଙ୍କ ଘରକୁ ପଶି ଆସିଥିଲେ ଓ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ।