ବିହାର: ବିହାରର ବିକାଶଶୀଳ ଇନସାଫ୍ ପାର୍ଟି ଅଧ୍ୟକ୍ଷ ମୁକେଶ ସାହାନୀଙ୍କ ପିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୁକେଶ ସାହାନୀଙ୍କ ପିତା ଜିତନ ସାହାନୀ । ଦରଭଙ୍ଗା ଜିଲ୍ଲାରେ ଥିବା ମୁକେଶଙ୍କ ବାସଭବନରେ ପଶି ତାଙ୍କୁ ହତ୍ୟା କରାଯାଇଛି । ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।
ଗତକାଲି ରାତିରେ ଜିତନ ସାହାନୀ ଶୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପ୍ରଥମେ ଏହା ଏକ ଚୋରି ଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ଘଟଣାସ୍ଥଳରୁ 3ଟି ଗ୍ଲାସ୍ ମିଳିଥିବା ବେଳେ ମୃତ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ତେଣୁ ହତ୍ୟାର କାରଣ ଆଉ କିଛି ହୋଇପାରେ ବୋଲି ଦରଭଙ୍ଗା ଡିଆଇଜି ବାବୁରାମ କହିଛନ୍ତି । ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ଥିବା ପୋଲିସ ସନ୍ଦେହ କରିଛି । ବରିଷ୍ଠ ଅଧିକାରୀ ଜଗନ୍ନାଥ ରେଡ୍ଡୀ କହିଛନ୍ତି ଯେ ଏହି ଆଶ୍ଚର୍ଯ୍ୟଜନକ ଅପରାଧର ତଦନ୍ତ ପାଇଁ ତିନି ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି । ସେ କହିଛନ୍ତି ଯେ ପୋଲିସ ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟି ରଖିଛି ।
ଜିତନ ସାହାଣୀଙ୍କ ହତ୍ୟାକୁ ନେଇ ମୁଖ୍ୟ ବିରୋଧୀ ଆରଜେଡି ନୀତୀଶ କୁମାର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏହି ଘଟଣା ରାଜ୍ୟକୁ ଚକିତ କରିଛି ବୋଲି ଆରଜେଡି ମୁଖପାତ୍ର ଶକ୍ତି ଯାଦବ କହିଛନ୍ତି । ସେ କହିଛନ୍ତି, "ବିହାରରେ କ’ଣ ଘଟୁଛି ? ହତ୍ୟା ଖବର ବିନା ଗୋଟିଏ ଦିନ ବିତୁ ନାହିଁ । ରାଜ୍ୟରେ ଶାସନ ବ୍ୟବସ୍ଥା ଭୁଶୁଡି ପଡିଛି ।" ଅନ୍ୟପକ୍ଷେ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି ଯେ ମୁଁ ରାଜ୍ୟ ସରକାରଙ୍କ ତରଫରୁ ନିଶ୍ଚିତ କରିବାକୁ ଚାହୁଁଛି ଯେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଧରାଯିବ । ମୁକେଶ ସାହାଣୀଙ୍କ ପରିବାର ସହ ସରକାର ଦୃଢ଼ ଭାବରେ ଠିଆ ହୋଇଛନ୍ତି ।
ସୂଚନା ଯୋଗ୍ୟ, ବିହାର ସରକାରର ଜଣେ ପୂର୍ବତନ ମନ୍ତ୍ରୀ ହେଉଛନ୍ତି ମୁକେଶ ସାହାଣୀ । ସେ ବର୍ତ୍ତମାନ ବିକାଶଶୀଳ ଇନସାଫ୍ ପାର୍ଟିର ନେତୃତ୍ୱ ନେଉଛନ୍ତି । ଯାହା ଓବିସି ସମ୍ପ୍ରଦାୟକୁ ଦୃଢ଼ ସମର୍ଥନ କରୁଛି ।