ସୁଟିଂ ମଝିରେ ଗୁଳିକରି ହତ୍ୟାକଲା ଭିଡିଓଗ୍ରାଫରଙ୍କୁ । ତେବେ ଜନ୍ମଦିନ ପାଇଁ ଭିଡିଓ ସୁଟିଂ ଚାଲିଥିଲା ଏହାରି ମଝିରେ ବ୍ୟାଟେରି ସରିଯାଇଥିବାରୁ ପାଟି ଭିତରେ ବନ୍ଧୁକ ପୁରାଇ ଗୁଳି କରାଥାଲା ଦୁର୍ବୁତ୍ତ । ଏହି ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ସ୍ଥିତ ଦରଭଙ୍ଗା ଜିଲ୍ଲା ବାହେରି ଥାନା ଠାରେ । ମୃତ ବ୍ୟକ୍ତି ଜଣଙ୍କ ମଖାନାହା ଗାଁର ସୁଶୀଲ କୁମାର ସହାନି । ସୂଚନା ଅନୁସାରେ, ବୁଧବାର ଦିନ ଗାଁର ରାକେଶ ସହାନିଙ୍କର ଝିଅର ଜନ୍ମଦିନ ପାର୍ଟି ଥିଲା। ଏଥିରେ ଭିଡିଓ ସୁଟିଂ ପାଇଁ ଭିଡିଓଗ୍ରାଫର ଭାବେ ଯାଇଥିଲେ ସୁଶୀଲ। ହେଲେ ଅଧାରୁ କ୍ୟାମେରାର ବ୍ୟାଟେରୀ ସରିଯାଇଥିଲା । ଏହାକୁ ନେଇ ରାକେଶ ପ୍ରଥମେ ସୁଶୀଲଙ୍କୁ ଡାକି ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ । ଏହାପରେ ତାଙ୍କ ପାଟିରେ ବନ୍ଧୁକ ରଖି ଗୁଳି ମାରିଦେଇଥିଲେ। ଏହାପରେ ରାକେଶ ନିଜ ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ଡିଏମସିଏଚ୍ ହସ୍ପିଟାଲକୁ ନେଇଥିଲେ। ମାତ୍ର ହସ୍ପିଟାଲ୍ ବାହାରେ ଫିଙ୍ଗିଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଡାକ୍ତରଖାନା କର୍ମଚାରୀ ତୁରନ୍ତ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏନେଇ ଗ୍ରାମବାସୀ ଲହେରିଆସାରାଇ ମୁଖ୍ୟରାସ୍ତା ଅବରୋଧ କରଥିଲେ। ତେବେ ଏକ କିଲୋମିଟର ଯାଏ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ପୋଲିସ ଆସି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏନେଇ ସୁଶୀଲଙ୍କ ବାପା ଥାନାରେ ଏକ ଅଭିଯୋଗ କରିଛନ୍ତି।ପ୍ରାଥମିକ ତଦନ୍ତରୁ ରାକେଶ ବେଆଇନ୍ ମଦ କାରବାରରେ ସଂପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ରାକେଶ ଫେରାର ଅଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ : ଗୋମୂତ୍ର ପିଇଲେ ହେଉଛି ରୋଗ