ୱାଶିଂଟନ୍: ଆମେରିକାର ଏକ ସୁପର ମାର୍କେଟରେ ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆଇନ୍ ପ୍ରବର୍ତ୍ତନ ଅଧିକାରୀଙ୍କ ସମେତ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଶୁକ୍ରବାର ଅର୍କାସସ ରାଜ୍ୟର ଫେଶର୍ଡିସ ସହରସ୍ଥିତ ମ୍ୟାଡ୍ ବୁଚର କରାନା ଷ୍ଟୋରରେ ହୋଇଛି। ସ୍ଥାନୀୟ ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି।
ପୁଲିସ କହିଛି, ଆଇନ୍ ପ୍ରବର୍ତ୍ତନ ଅଧିକାରୀଙ୍କ ଗୁଳିମାଡ଼ରେ ଆକ୍ରମଣକାରୀ ଗୁରୁତର ଅଛି। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡଲାସ କାଉଣ୍ଟିର ଶେରିଫ ମାଇ ନୋଏଡଲ କହିଛନ୍ତି ଘଟଣାକୁ ନିୟନ୍ତ୍ରଣ କରାଯାଇଛି। ରାଜ୍ୟ ପୁଲିସ ପକ୍ଷରୁ କେଏଟିଭି ଏହି ସୂଚନା ଦେଇଛି।
ଗଭର୍ଣ୍ଣର ସାରା ହୁକାବୀ ସେଣ୍ଡର୍ସ ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି, ତାଙ୍କୁ ଘଟଣା ସଂପର୍କରେ ସୂଚନା ପ୍ରଦାନ କରାଯାଇଛି। ମୁଁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଆଇନ ପ୍ରବର୍ତ୍ତନ ଓ ପ୍ରଥମ ପ୍ରତିକ୍ରିୟାକର୍ତ୍ତାଙ୍କ ତ୍ବରିତ ଓ ସାହସପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଲାଗି ଧନ୍ୟବାଦ ଜଣାଉଛି। ଏହି ଭୟଙ୍କର ଘଟଣାରେ ପୀଡିତ ପରିବାର ସହିତ ପ୍ରଶାସନ ଅଛି।