ଆମେଠି: ତ୍ତତ୍ତର ପ୍ରଦେଶର ଆମେଠିରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଶିବରତନଗଞ୍ଜ ଥାନ୍ତା ଅଞ୍ଚଳରେ ଦୁର୍ବୃତ୍ତମାନେ ଏକ ଘରେ ପଶି ଜଣେ ଶିକ୍ଷକଙ୍କ ସମେତ ପୁରା ପରିବାରକୁ ଗୁଳି କରି ହତ୍ୟା କରିଛନ୍ତି । ଘଟଣାରେ ଶିକ୍ଷକ, ତାଙ୍କ ପତ୍ନୀଙ୍କ ସହିତ ଦୁଇ ପିଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଘଟଣା ପୋଲିସ ବିଭାଗରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ବିଭାଗର ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଗୁରୁତର ସହ ନେଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପୋଲିସ୍ ଅଧିକାରୀମାନଙ୍କୁ ଘଟଣା ସ୍ଥଳକୁ ଯାଇ ତୁରନ୍ତ ଯାଞ୍ଚ କରିବାକୁ କହିଛନ୍ତି।
ସୂଚନା ଅନୁଯାୟୀ, ଶିକ୍ଷକ ସୁନୀଲ କୁମାର ସେଠାରେ ଏକ ଭଡା ଘରେ ନିଜ ପରିବାର ସହ ରହୁଥିଲେ । ସେଠାରେ ସେ ସିଂହପୁର ବ୍ଲକର ପନହୋନା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଗୁରୁବାର ସନ୍ଧ୍ୟାରେ କିଛି ଲୋକ ତାଙ୍କ ଘରେ ପହଞ୍ଚି ସୁନୀଲ କୁମାରଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ତାଙ୍କ ପତ୍ନୀ ଏବଂ ଦୁଇ ପିଲା ମଧ୍ୟ ଉପରେ ମଧ୍ୟ ଗୁଳିମାଡ କରିଥିଲେ ଆତତାୟୀ । ଘଟଣାସ୍ଥଳରେ ପୂରା ପରିବାରର ସବୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।
ଏସପି ଅନୂପ ସିଂହ କହିଛନ୍ତି, ଶିବରତନଗଞ୍ଜର ଭବାନୀ ନଗର ଛକରେ ଏକ ଭଡା ଘରେ ଶିକ୍ଷକ ନିଜର ପତ୍ନୀ ଓ ଦୁଇ ପିଲା ସହ ରହୁଥିଲେ । “ଅଜଣା ଦୁର୍ବୃତ୍ତମାନେ ଘର ଭତରେ ପଶି ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ଝିଅ(୫ ଓ ୨ ବର୍ଷ)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଲୁଟ ପାଇଁ ଏପରି ହତ୍ୟା କରାଯାଉଥିବା ଆଶଙ୍କା କରାଯାଉଛି।
ଅନୁସନ୍ଧାନରୁ ଜଣାପଡିଛି ଯେ ସୁନୀଲ କୁମାର ଚନ୍ଦନ ବର୍ମାଙ୍କ ବିରୋଧରେ ରାଇବରେଲି କୋଭାଟାଲିରେ ନିର୍ୟା ତନା ଏବଂ ଏସସି ଏସଟି ଆକ୍ଟରେ ମାମଲା ଦାୟର କରିଛନ୍ତି। ଏହି ଘଟଣାର କୌଣସି ସମ୍ପର୍କ ଅଛି କି ନାହିଁ ତାହା ତଦନ୍ତ କରାଯାଉଛି।