ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେକେଣ୍ଡ କ୍ଲାସ ହେବାରୁ ତିନି ମହଲା କୋଠାରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ସିମୁଳିଆ ଗାଁରେ ଘଟିଛି ।
ସୂଚନା ଅନୁସାରେ, ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ l ମନରେ ଫାଷ୍ଟ କ୍ଲାସ ପାଇବାର ଆଶା ଥିବା ବେଳେ ଆଜି ରେଜଲ୍ଟ ପ୍ରକାଶ ପାଇବା ପରେ ସେ ସେକେଣ୍ଡ କ୍ଲାସରେ ପାସ ହୋଇଥିବା ଜଣାପଡିବା ପରେ ମାନସିକ ଭାବେ ଭାଙ୍ଗି ପଡି ତିନି ମହଲା କୋଠା ଉପରୁ ତଳକୁ ଡେଇଁପଡ଼ିଥିଲେ l ଗୁରୁତର ଭାବେ ତାଙ୍କୁ ନୀଳଗିରିରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।