ରାଜଧାନୀରୁ ଧରାପଡିଲେ ସ୍ନେକ୍ ପଏଜନ୍ ସ୍ମଗଲିଂ ଗ୍ୟାଙ୍ଗ, ସାପ ବିଷ ପାଇଁ ଚାଲି ଥିଲା ଲକ୍ଷ ଲକ୍ଷ ଟଙ୍କାର ଡିଲ୍
Khabar Odisha:Snake-Poison-Smuggling-Gang-Caught-from-Bhubaneswar

ଭୁବନେଶ୍ୱର, ମାର୍ଚ୍ଚ ୨୭ (ଖବର ଓଡ଼ିଶା): ରାଜଧାନୀ ଅପରାଧ ଡାଲରୀ ରେ ଆଉ ଏକ ଫର୍ଦ୍ଧ । ସାପ ବିଷ ପାଇଁ ବି ଏଠି ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କାର ଡିଲ୍ । ଆଜି ସେଭଳି ଏକ ସ୍ନେକ୍ ପଏଜନ୍ ସ୍ମଗଲିଂ ର‌୍ୟାକେଟ୍ ର ପର୍ଦ୍ଦାଫାଶ କରିଛି ପୋଲିସ୍ ।

ରାଜଧାନୀ ଭୁବନେଶ୍ୱରର ଏୟାରପୋର୍ଟ ଅଞ୍ଚଳରୁ ସାପ ବିଷ ସ୍ମଗଲରଙ୍କୁ ଧରିଛି ବନ ବିଭାଗ । ବଲାଙ୍ଗିର ରୁ ରାଜଧାନୀ ଓ ତାପରେ ରାଜ୍ୟ ବାହାରକୁ ଲମ୍ବି ଥିଲା ଏହି ସ୍ନେକୁ ସ୍ମଗଲିଂ ର ଚେର । ଯାହାକୁ ବନ ବିଭାଗ ଅତି ସତର୍କତାର ସହିତ ଟ୍ରାକ କରି ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରୁ ଗିରଫ କରିଛି ।

ସାପ ବିଷ ପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍ ଚାଲିଥିବା ବେଳେ ବିଶେଷ ସୁତ୍ର ରୁ ଖବର ପାଇ ପୋଲିସ୍ ସାପ ବିଷ ସ୍ମଗଲରଙ୍କୁ ଗିରଫ କରିଛି । ତେବେ ବନ ବିଭାଗ ଦ୍ୱାରା କେତେଜଣ ଅଭିଯୁକ୍ତୁ ଗିରଫ କରାଯାଇଛି ତାହା ଜଣାପଡିନଥିବା ବେଳେ ଏହି ଅଭିଯୁକ୍ତ ମାନଙ୍କ ଠାରୁ ବିପୁଳ ପରିମାଣର ସାପ ବିଷ ବା ସ୍ନେକ୍ ପଏଜନ୍ ଜବତ୍ କରାଯାଇଛି ।

ତେବେ ଜବତ୍ ହୋଇଥିବା ସାପ ବିଷ କୁ ବନ ବିଭାଗ ଟେଷ୍ଟି ପାଇଁ ଲ୍ୟାବ କୁ ପଠାଇବା ବୋଲି ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment