ରାଜଧାନୀରେ ସିରିଜ ଲୁଟ୍, ଲକ୍ଷ୍ମୀସାଗର ଥାନା ସନ୍ତୋଷୀ ବିହାରରେ ଦୁଇଟି ଘରୁ ଚୋରି ଖବର ଓଡିଶା : 31/05/2023 Share story: ଲକ୍ଷ୍ମୀସାଗର ଥାନା କେନାଲ ରାସ୍ତାରେ ସିରିଜ ଲୁଟ୍। ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ମିହିର ସାମଲଙ୍କ ଘରୁ ଏହି ଚୋରି ହୋଇଛି । ପ୍ରାୟ ୨ ଶହ ଗ୍ରାମର ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ମିହିରଙ୍କ ପଡୋଶୀ ଘରେ ମଧ୍ୟ ଲୁଟିଛନ୍ତି ଲୁଟେରା। ଦୁର୍ବୃତ୍ତ ଝରକା ଭାଙ୍ଗି ମିହିରଙ୍କ ଘରେ ପଶିଥିଲେ । ଆଜି ଭୋର ସମୟରେ ଏଭଳି ଘଟଣା ଘଟିଛି। ଲୁଟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି । Khabar Odisha Loot Bhubaneswar ଖବର ଓଡ଼ିଶା, Reporter, 31/05/2023