ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ
Khabar Odisha:Sarapancha-caught-red-handed-while-taking-bribe-in-Koraput
କୋରାପୁଟ, ଜୁନ ୨୭ (ଖବର ଓଡିଶା);

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ସରପଞ୍ଚ । ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରା ପଡିଲେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତର ସରପଞ୍ଚ ରଇଲା ମାଝୀ । 


ସୂଚନା ଅନୁଯାୟୀ, ଏକ ଗାଁ ପୋଖରୀ କାମର ୱାର୍କ ଅର୍ଡର ଦେବା ପାଇଁ ସେହି ପଞ୍ଚାୟତର ଭକ୍ତଗୁଡା ଗ୍ରାମର ଗଙ୍ଗାଧର ସାଉନ୍ତାଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସରପଞ୍ଚ । ଏହାପରେ ଗଙ୍ଗାଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ, ଆଜି ଜୟପୁର ସ୍ଥିତ କୋରାପୁଟ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ରଇଲାଙ୍କ ସେମିଳିଗୁଡା ବ୍ଲକ ଭେଜାପୁଟ ସ୍ଥିତ ଭଡ଼ା ଘର ନିକଟରେ ଲୁଚି ରହିଥିଲେ । ଗଙ୍ଗାଧରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ଅଧିକାରୀମାନେ ରଇଲାଙ୍କୁ ଧରିବା ସହ ୨୦ ହଜାର ଟଙ୍କାକୁ ମଧ୍ୟ ଜବତ କରିଛି । ଏହା ସହ ଅଧିକ ପଚରାଉଚରା ନିମନ୍ତେ ଅଭିଯୁକ୍ତ ସରପଞ୍ଚଙ୍କୁ ଜୟପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।

  • Tags:

Subscribe

National International State Sports Entertainment