ରାଂଚି: ସାମାନ୍ୟ ଯୁକତିର୍କରୁ ଗୁଳି ପୁଟିଛି। କନଷ୍ଟେବଳଙ୍କ ଗୁଳିମାଡ଼ରେ ପୁଲିସ ଏଏସ୍ଆଇ ଆଖିବୁଜିଛନ୍ତି। ଝାଡ଼ଖଣ୍ଡର ଲୋହରଦଗାରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ସାମାନ୍ୟ ଯୁକ୍ତିତର୍କକୁ ନେଇ ଜଣେ ପୁଲିସ କନଷ୍ଟେବଳ ରକ୍ତମୁଖା ହୋଇଛନ୍ତି। ସେ ନିଜର ବରିଷ୍ଠ କର୍ମଚାରୀଙ୍କୁ ବନ୍ଧୁକମୁନରେ ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ସୂଚନା ମିଳିବା ପରେ ପୁଲିସ ଅଧିକାରୀ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଝାଡ଼ଖଣ୍ଡର ଲୋହରଦଗାରେ ବୁଧବାର ରାତିରେ ଜଣେ ପୁଲିସ ଅଧିକାରୀଙ୍କ ସହିତ ତାଙ୍କର ସହକର୍ମୀଙ୍କ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ କନଷ୍ଟେବଳ ଉତ୍ତେଜିତ ହୋଇଥିଲେ । ସେ ବନ୍ଧୁକରେ ଏଏସ୍ଆଇଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ । ତଦନ୍ତ ପାଇଁ ପହଞ୍ଚି ଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି, ଝାଡ଼ଖଣ୍ଡ ପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଅନନ୍ତ ମୁଣ୍ଡା ଓ ସହାୟକ ଉପନିରୀକ୍ଷକ (ଏଏସ୍ଆଇ) ଧର୍ମେନ୍ଦ୍ର ସିଂହଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଝଗଡ଼ା ହୋଇଥିଲା । ଏହା ପରେ ବିବାଦରେ ପରିଣତ ହୋଇଥିଲା । ରାତି ପ୍ରାୟ ସାଢ଼େ ୯ଟା ହେବ ଅନନ୍ତ ଇନ୍ସାସ ରାଇଫଲ ବାହାର କରିଥିଲେ ଏବଂ ଧର୍ମେନ୍ଦ୍ରଙ୍କୁ ଗୁଳି କରିଥିଲେ । ଗୁଳିମାଡ଼ରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ।