ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ରୁ ଚିଲଡ୍ରେନ୍ କୋର୍ଟ ଗଲା ପରୀ ହତ୍ୟା ମାମଲା
Khabar Odisha:Paree-murder-case-has-been-transferred-to-Children-Court-from-Juvenile-Justice-Board

ନୟାଗଡ, ଜାନୁଆରୀ ୨୧ (ଖବର ଓଡ଼ିଶା) : ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାରେ ଗତ କାଲି (ବୁଧବାର) ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ (ଜେଜେବି) ରେ ହାଜର କରାଇଥିଲା ଏସଆଇଟି । ପୂର୍ବରୁ ଏସଆଇଟି ଅଭିଯୁକ୍ତର ଏଲଭିଏ ଟେଷ୍ଟ କରିବା ପାଇଁ ଆବେଦନ କରିଥିଲା ବେଳେ କାଲି ଏହାର ଶୁଣାଣି ପାଇଁ ଜେଜେବି ରେ ଅଭିଯୁକ୍ତ ହାଜର ହୋଇଥିଲା ।

କିନ୍ତୁ ଏହି ମାମଲାରେ ପୁଣି ଏକ ନୂଆ ମୋଡ ଆସିଛି । ଜେଜେବି ଏହି ମାମଲାକୁ ଚିଲଡ୍ରେନ୍ କୋର୍ଟକୁ ସ୍ଥାନାନ୍ତରଣ କରିଛନ୍ତି । ବର୍ତମାନ ଚିଲଡ୍ରେନ୍ କୋର୍ଟରେ ହିଁ ଏସଆଇଟି କରିଥିବା ସବୁ ଆବେଦନ ର ଶୁଣାଣି ହେବ । ଲେୟର ଭଏସ୍ ଆନାଲିସିସ୍ (ଏଲଭିଏ) ଟେଷ୍ଟର ଣୁଣାଣି ମଧ୍ୟ ଚିଲଡ୍ରେନ୍ କୋର୍ଟରେ କରାଯିବ ବୋଲି ଗତ କାଲି ଜେଜେବି ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ଗତ ଜାନୁଆରୀ ୫ରେ ଏହି ମାମଲା ନୟାଗଡ ପକ୍ସୋ କୋର୍ଟରୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡକୁ ସ୍ତାନାନ୍ତରିତ ହୋଇଥିଲା । ଏବଂ ବର୍ତମାନ ଏହି ମାମଲା ପୁଣି ଚିଲଡ୍ରେନ୍ କୋର୍ଟକୁ ସ୍ଥନାନ୍ତର ହୋଇଛି । ତେବେ ଆସନ୍ତା ଫେବୃଆରୀ ୫ ତାରିଖରେ ଚିଲଡ୍ରେନ୍ କୋର୍ଟ ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାରେ ଶୁଣାଣି କରିବେ।

ପୂର୍ବରୁ ଏସଆଇଟି ଅଭିଯୁକ୍ତର ନାର୍କୋ ଅନାଲିସିସ୍ ଟେଷ୍ଟ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ପାଇଁ ଆବେଦନ କରିଥିଲା କିନ୍ତୁ ନାବାଳକ ଅଭିଯୁକ୍ତ ଏହାକୁ ଅଗ୍ରାହ୍ୟ କରିବା ପରେ ଜେଜେବି ରେ ଏହି ଦୁଇଟି ଆବେଦନ ଖାରଜ ହୋଇଥିଲା ଏବଂ ବର୍ତ୍ତମାନ ଏସଆଇଟିର ଏଲଭିଏ ଟେଷ୍ଟ ର ଶୁଣାଣି କୁ ନେଇ ପୁରା ରାଜ୍ୟ ବାସୀଙ୍କ ନଜର ଏହି ମାମଲା ଉପରେ ରହିଛି।

  • Tags:

Subscribe

National International State Sports Entertainment