ନାର୍କୋ ଟେଷ୍ଟ ପରେ ବ୍ରେନ୍ ମ୍ୟାପିଂ ପାଇଁ ନାରାଜ ପରୀ ହତ୍ୟା ମାମଲାର ଅଭିଯୁକ୍ତ
Khabar Odisha:Paree-Murder-Case-Controversy

ଭୁବନେଶ୍ୱର, ଜାନୁଆରୀ ୧୩ (ଖବର ଓଡ଼ିଶା) : ନୟାଗଡ ନାବାଳିକା ପରୀ ହତ୍ୟା ମାମଲା ଆଜି ପୁଣି ଏକ ଭିନ୍ନ ମୋଡ ନେଇଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନାବାଳକକୁ ପ୍ରକୃତ ଦୋଷୀ ସାବ୍ୟସ୍ତ କରିବା ପାଇଁ ଏସଆଇଟିର ଯେତେ ଚେଷ୍ଟା କଲେ ସବୁ ଚେଷ୍ଟା ଉପରେ ପାଣି ପକାଉଛି ନାବାଳକ ଅଭିଯୁକ୍ତ ।

ପୂର୍ବରୁ ଅଧିକ ପ୍ରମାଣ ଯୋଗାଡ କରିବା ପାଇଁ ଏସଆଇଟି ନାବାଳକ ଅଭିଯୁକ୍ତର ନାର୍କୋ ଅନାଲିସିସ୍ ଟେଷ୍ଟ କରିବା ପାଇଁ ଆବେଦନ କରିଥିବା ବେଳେ ଅଭିଯୁକ୍ତ ଏହାକୁ ସିଧାସିଧା ମନା କରିଦେଇଥିଲା ଯାହାକୁ ନେଇ ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ଖାରଗ ହୋଇଥିଲା । 

ଏହାପରେ ଏସଆଇଟି ଆଉ ଗୋଟିଏ ପାଦ ଆଗକୁ ଯାଇ ପୁଣି ନାବାଳକ ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ କରିବା ପାଇଁ ଗତ ଜାନୁଆରୀ ୮ରେ କୋର୍ଟରେ ଆବେଦନ କରିଥିଲା । ଆଜି ସେହି ଆବେଦନର ଶୁଣାଣି ସମୟରେ ପୁଣି ଥରେ ନାବାଳକ ଅଭିଯୁକ୍ତ ବ୍ରେନ୍ ମ୍ୟାପିଂ ପାଇଁ ମଧ୍ୟ ସିଧାସିଧା ମନା କରିଛି । ଯାହା ବର୍ତମାନ ଏସଆଇଟି ପାଇଁ ମୁଣ୍ଡ ବିନ୍ଧାର ବଡ କାରଣ ହୋଇଛି ।

ତେବେ ଆଜି ଅଭିଯୁକ୍ତ ବ୍ରେନ୍ ମ୍ୟାପିଂ ପାଇଁ ମନା କରିବା ପରେ ନୟାଗଡ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ଏନେଇ ରାୟ ସଂରକ୍ଷିତ ରଖିଛନ୍ତି ।

  • Tags:

Subscribe

National International State Sports Entertainment