ନୟାଗଡ, ଜାନୁଆରୀ ୨୦ (ଖବର ଓଡ଼ିଶା) : ଆଜି ପୁଣି ନୟାଗଡ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ରେ ହାଜର ହେବ ନୟାଗଡ ନାବାଳିକା ହତ୍ୟା ମାମଲାର ଅଭିଯୁକ୍ତ । ଏସଆଇଟି ଅଭିଯୁକ୍ତର ଲେୟର ଭଏସ୍ ଆନାଲିସିସ୍ (ଏଲଭିଏ) ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । ଆଜି ସେହି ଆବେଦନର ଶୁଣାଣି କରିବେ ଜେଜେବି ।
ପୂର୍ବରୁ ଏସଆଇଟି ଏହି ହତ୍ୟା ମାମଲାରେ ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ପାଇଁ ଆବେଦନ କରିଥିବା କିନ୍ତୁ ଅଭିଯୁକ୍ତ ସେହି ଟେଷ୍ଟ ସବୁ ପାଇଁ ମନା କରିବା ପରେ କୋର୍ଟ ଏସଆଇଟିର ପୂର୍ବ ଦୁଇ ଆବେଦନ କୁ ଖାରଜ କରିଥିଲେ । ଏହାପରେ ପୁଣି ଏସଆଇଟି ଅଭିଯୁକ୍ତର ଏଲଭିଏ ଟେଷ୍ଟ ପାଇଁ ଆବେଦନ କରିଥିଲା।
ତେବେ ଏହି ଘଟଣାରେ ପ୍ରଥମରୁ ହିଁ ଏସଆଇଟି ବିବାଦ ଘେରରେ ଥିବା ବେଳେ ପୁଣି ରିମାଣ୍ଡ ସବୟରେ ଏସଆଇଟି ଅଭିଯୁକ୍ତକୁ ନିର୍ଯ୍ୟାତନା ଦେଇଥିବା ଖୋଦ୍ ଅଭିଯୁକ୍ତ ଅଭିଯୋଗ କରିବା ପରେ ଅଭିଯୁକ୍ତର ଓକିଲଙ୍କ ପକ୍ଷରୁ ନେଇ କୋର୍ଟରେ ଆବେଦନ କରାଯାଇଥିଲା । ତେବେ ଏହି ଆବେଦନର ଶୁଣାଣି ମଧ୍ୟ ଆଜି କରି ପାରନ୍ତି ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ।