ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍‌, ଅପରେସନ୍ ହ୍ୱାଇଟ୍ ସ୍ପାଇଡରକୁ ମିଳୁଛି ସଫଳତା
Khabar Odisha:Operation-White-Spider-has-been-successful-in-seizing-large-quantities-of-brown-sugar-from-the-capital

ଭୁବନେଶ୍ୱର, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): ରାଜ୍ୟରେ ଦିନକୁ ଦିନ ଧଳାଜହର କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍ ହ୍ୱାଇଟ୍ ସ୍ପାଇଡର ।

ଆଉ ଏବେ ଧିରେ ଧିରେ ସଫଳ ହେବାରେ ଲାଗିଛି ଅପରେସନ୍ ହ୍ୱାଇଟ୍ ସ୍ପାଇଡର । ଆଜି ରାଜଧାନୀ ଭୁବନେଶ୍ୱରରୁ ଜବତ୍ ହୋଇଛି ବିପୁଳ ପରିମାଣର ଧଳାଜହର । 

ବ୍ରାଉନସୁଗାର କାରବାରର ସୂଚନା ପାଇ ଖଣ୍ଡଗିରି ପୋଲିସ୍ ଚଢାଉ କରି ପ୍ରାୟ ୭୦ ଗ୍ରାମର ବ୍ରାଉନସୁଗାର ଜବତ୍ କରିଥିବା ଜଣାପଡିଛି । ଏହି ମାମଲାରେ ଜଣେ ଡ୍ରଗ୍ସ ବେପାରୀକୁ ଖଣ୍ଡଗିରି ପୋଲିସ୍ ଗିରଫ କରିଥିବା ବେଳେ ଜବତ୍ ହୋଇଥିବା ଧଳାଜହରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

ତେବେ ଏପର୍ଯ୍ୟନ୍ତ ଅପରେସନ୍ ହ୍ୱାଇଟ ସ୍ପାଇଡର ଅଧିନରେ ଗୋଟିଏ ମାସ ମଧ୍ୟରେ ୯ ଟି ମାମଲା ରୁଜୁ କରି ୨୮ ଜଣ ଗିରଫ ହୋଇଥିବା ବେଳେ ୧ କେଜିରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ୍ କରାଯାଇ ସାରିଲାଣି ।

  • Tags:

Subscribe

National International State Sports Entertainment