ଓକାକ୍ ସିଇଓଙ୍କ ଟଙ୍କା ଠକେଇ ମାମଲା, ନାଇଜେରିଆରେ ରହିଛି ଗ୍ୟାଙ୍ଗ ଅପରେଟର
Khabar Odisha:Ocac-CEOs-money-laundering-case-Nigeria-has-gang-operator
ଭୁୁବନେଶ୍ୱର, ନଭେମ୍ବର ୨୪(ଖବର ଓଡିଶା):

ଓକାକ୍ ସିଇଓଙ୍କ ହ୍ୱାଟସ୍ ଆପ୍ ହ୍ୟାକ ଓ ଟଙ୍କା ଠକେଇ ମାମଲା । ମଙ୍ଗଳବାର ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ । ତେବେ ଠକେଇ ପଛରେ ଆହୁରି ଅନେକ ନାଇଜେରିଆ ଗ୍ୟାଙ୍ଗ ସାମିଲ ଅଛନ୍ତି । ଗିରଫ ଅଭିଯୁକ୍ତ ପାସ୍କୋଲକୁ ଏବେ ଓଡିଶା କ୍ରାଇମବ୍ରାଞ୍ଚ ଜେରା କରୁଛି । ଜଣେ ଡିଏସପିଙ୍କ ନେତୃତ୍ୱରେ ପଚରାଉଚରା କରାଯାଉଛି । 

ବେଙ୍ଗାଲୁର, ମୁମ୍ବାଇ, ଦିଲ୍ଲୀରେ ଗ୍ୟାଙ୍ଗର ଅନେକ ଠକ ରହିଛନ୍ତି । ସମସ୍ତ ଠକ ନାଇଜେରିଆର ବୋଲି ଜଣାପଡିଛି । ଦିଲ୍ଲୀ ପୋଲିସ ଧରିଥିବା ଦୁଇ ଅଭିଯୁକ୍ତଙ୍କର ଭିସା ବାତିଲ୍ କରାଯାଇଛି । ୨୦୧୨ରୁ ଭାରତ ଆସି ଏମାନେ ଏଠାରେ ରହୁଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ଏଟିଏମ୍‌ରୁ ଟଙ୍କା ବାହାର କରନ୍ତି । ଠକେଇ ଟଙ୍କାର ୧୦ ପ୍ରତିଶତ ଟଙ୍କା ନିଅନ୍ତି । 

ସୂଚନା ଅନୁସାରେ, ବେଙ୍ଗାଲୁରୁରୁ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ପାସ୍କେଲରୁ ବେଙ୍ଗାଲୁରୁରୁ ଗିରଫ କରିଛି । ସେ ଓକାକ ସିଇଓଙ୍କ ହ୍ୱାଟ୍‌ଆପ୍ ହ୍ୟାକ୍‌ର ମୁଖ୍ୟ ଅଭିଯୁକ୍ତ ହୋଇଥିବା ଅନୁମାନ କରାଯାଉଛି । ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଏବେ ବାଙ୍ଗାଲୁରୁ ଅଭିମୁକେ ଗସ୍ତ  କରିଛନ୍ତି । ଗିରଫ ଅଭିଯୁକ୍ତକୁ ପଚରାଉଚରା କରିବାକୁ ଯାଇଛି । ପୂର୍ବରୁ ଜଣେ ନାଇଜେରିଆ ଠକକୁ ଗିରଫ କରାଯାଇଥିଲା । 

  • Tags:

Subscribe

National International State Sports Entertainment